ରୟାଲ୍ ଷ୍ଟାଗ୍ ବାରେଲ୍ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ଦେବୀର ପ୍ରିମିୟର

ରୟାଲ୍ ଷ୍ଟାଗ୍ ବାରେଲ୍ ସିଲେକ୍ଟ ପକ୍ଷରୁ କ୍ଷୁଦ୍ର ଚଳଚ୍ଚିତ୍ର ଅନ୍ତର୍ଗତ ଦେବୀର ପ୍ରିମିୟର କରାଯିବ । ଏଥିରେ କାଜୋଲ, ଶ୍ରୁତି ହାସନ, ନେହା ଧୁପିଆ, ନୀନା କୁଲକର୍ଣ୍ଣୀ, ମୁକ୍ତା ଭାର୍ବେ, ସନ୍ଧ୍ୟା ମହାତ୍ରେ, ରାମ ଯୋଶୀ, ଶିବାନୀ ରଘୁବଂଶୀ ଏବଂ ୟଶସ୍ୱିନୀ ଦୟାମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ପ୍ରଡ୍ୟୁସର୍ ଇଲେକ୍‌ଟ୍ରିକ୍ ଆପଲେ ଏଂଟ୍ରଟେନ୍‌ମେଂଟ୍ ଅଛନ୍ତି । ଏହାକୁ ନିରଞ୍‌ଜନ ଆୟଙ୍ଗାର ଏବଂ ରାୟନ ଷ୍ଟିଫେନ୍ ପରିଚାଳିତ କରୁଛନ୍ତି । ଏହାର ରଚନା ଏବଂ ନିର୍ଦ୍ଦେଶନା ପ୍ରିୟଙ୍କା ବାନାର୍ଜୀ ଦେଇଛନ୍ତି । ୧୧ ମିନିଟର ଏହି ଫିଲ୍ମରେ ୯ଜଣ ନିର୍ଯ୍ୟାତିତ ତଥା ଉତ୍ପୀଡ଼ିତ ମହିଳାଙ୍କ କାହାଣୀ ଅତି ମାର୍ମିର୍କ ଭାବେ ଦୃଶ୍ୟାଙ୍କନ କରାଯାଇଛି । ସେମାନେ କିଭଳି କଷ୍ଟରେ ଏକ ଛୋଟଘରେ ବାସ କରୁଛନ୍ତି ତାହା ଦର୍ଶାଯାଇଛି । ଏହି ଅବସରରେ ଲେଖକ ଏବଂ ନିର୍ଦ୍ଦେଶକ ପ୍ରିୟଙ୍କା ବାନାର୍ଜୀ କହିଲେ,ଭାରତରେ ମହିଳାଙ୍କର ବହୁବିଧ ସମସ୍ୟା ରହିଛି । ଅନର କିଲିଂ, କନ୍ୟା ଶିଶୁ ହତ୍ୟା, ବଳାତ୍କାର, ଦୁଷ୍କର୍ମ ଆଦି ସମସ୍ୟା ଭାରତୀୟ ମହିଳାଙ୍କ କ୍ଷେତ୍ରରେ ଦେଖାଯାଇଥାଏ । ବିଭିନ୍ନ ଘଟଣା ଦ୍ୱାରା ନିର୍ଯାତିତ ଏହି ମହିଳାମାନେ କିଭଳି ପରିବେଶ ଏବଂ ପରିସ୍ଥିତି ସହିତ ଖାପ ଖୁଆଇ ଚଳୁଛନ୍ତି ତାହା ଦେବୀ ଫିଲ୍ମରେ ଦୃଶ୍ୟାଙ୍କନ କରାଯାଇଛି । ଏହା ସମାଜରେ ସଚେତନତା ସୃଷ୍ଟି କରିବାକୁ ସକ୍ଷମ ହେବ । ଏହି ଫିଲ୍ମ ପାଇଁ ମୁଁ ନିରଞ୍ଜନ, ଷ୍ଟିଫେନ୍ ଏବଂ ରୟାଲ ଷ୍ଟାଗ୍ ବ୍ୟାରେଲକୁ ଧନ୍ୟବାଦ ଜଣାଉଛି । ଏହି ଅବସରରେ ନିରଞ୍ଜନ ଆୟାଙ୍ଗର କହିଲେ, “ ଇଲେକ୍ଟ୍ରିକ୍ ଆପଳ ପାଇଁ ଦେବୀ ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ । ଏହା ସମ୍ପୂର୍ଣ୍ଣ ଭାବେ ରାୟନଙ୍କ ଚିନ୍ତାଧାରା ଉପରେ ପର୍ଯ୍ୟବେସିତ । ରୟାଲ ଷ୍ଟାଗ୍ ବ୍ୟାରେଲର ସହାୟତାରେ ଏହା ନିର୍ମିତ ହୋଇପାରିଛି । ଏହି ଅବସରରେ ରୟନ ଷ୍ଟିଫେନ୍ କହିଲେ, “ ଦେବୀ ସମ୍ପର୍କରେ ମୋ ସହିତ ପ୍ରିୟଙ୍କା ବାନାର୍ଜୀ ଯୋଗାଯୋଗ କରିବା ପରେ ମୁଁ ଏନେଇ ନିରଞ୍ଜନଙ୍କ ସହିତ ଆଲୋଚନା କରିଥିଲି । ଏଥିରେ ଆମେ କାଜୋଲ୍‌, ଶ୍ରୁତି, ନୀନା କୁଲକର୍ଣ୍ଣୀ, ନେହା ଧୁପିଆ ଏବଂ ମୁକ୍ତା ଭାର୍ବେଙ୍କ ସହିତ କଥା ହୋଇଥିଲୁ । ରୟାଲ ଷ୍ଟାଗ୍ ବ୍ୟାରେଲ ସହିତ ଆମେ କାମ କରିଥିବାରୁ ବେଶ୍ ଆନନ୍ଦିତ । ଏହା ଏକ ଶକ୍ତିଶାଳୀ କାହାଣୀ ବିଶିଷ୍ଟ କ୍ଷୁଦ୍ର ଚଳଚ୍ଚିତ୍ର । ୨୦୨୦ ଫେବୃୟାରୀ ୨୪ରେ ଏହା ଟ୍ରେଲର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ରିଲିଜ୍ ହୋଇଛି । ଏହାକୁ ୨ ଦିନ ମଧ୍ୟରେ ୧ ନିୟୁତରୁ ଅଧିକ ଥର ଦେଖାଯାଇଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ବିସ୍ତୁତ ବର୍ଗର କ୍ଷୁଦ୍ର ଚଳଚ୍ଚିତ୍ର ଚୟନ ଉପରେ ଗୁରୁତ୍ୱାରୋପ କରିଥିବାବେଳେ ଭାରତୀୟ କ୍ଷୁଦ୍ର ଚଳଚ୍ଚିତ୍ର ଶିଳ୍ପରେ ଏକ ନୂତନ ଧାରା ସୃଷ୍ଟି କରିବାକୁ ସକ୍ଷମ ହୋଇଛି । ଏହାଦ୍ୱାରା ବହୁ ସୃଜନଶୀଳ ପ୍ରତିଭାଶାଳୀ ଫିଲ୍ମ ନିର୍ମର୍ାତା ଲୋକଲୋଚନକୁ ଆସିପାରିଛନ୍ତି । ୧୫-୨୦ ମିନିଟ୍ ମଧ୍ୟରେ ଶେଷ ହେଉଥିବା ଏହି ଚଳଚ୍ଚିତ୍ର ମାଧ୍ୟମରେ ଅନେକ ଅକୁହା କଥା କହି ହେଉଛି । ଯାହାକି ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିପାରୁଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ‘ମେକ୍ ଇଟ୍ ପରଫେକ୍ଟ’ ଉପରେ ବିଶ୍ୱାସ କରିଥାଏ । ଏହା ବଲିଉଡ୍‌ର ସୃଜନଶୀଳ ନିର୍ଦ୍ଦେଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରୁଛି । ରୟାଲ୍‌ଷ୍ଟାଗ୍ କ୍ଷୁଦ୍ର ଫିଲ୍ମ ଶୁଭମୁକ୍ତ କାର୍ଯ୍ୟ ଜାରି ରଖିଛି । ଇତିମଧ୍ୟରେ ଏହା ଦ୍ୱାରା ଅହଲ୍ୟା, ଇଂଟରିଅର୍ କେଫ୍‌-ନାଇଟ୍‌, ଓଉଚ୍‌, ଚଟ୍‌ନି, ଅନୁକୂଳ, ମୁମ୍ବାଇ ବାରାଣସୀ ଏକ୍ସପ୍ରେସ୍‌, ଖୁଲ୍ ୱାଲି ଚିଠି, ଦି ସ୍କୁଲ ବ୍ୟାଗ୍‌, ବ୍ରୁନୋ ଆଣ୍ଡ୍ ଜୁଲିଏଟ୍‌, ଶୁନ୍ୟତା, ଜୁଇସ୍‌, ମା’, ଚୁରୀ, ହର୍ ଫାଷ୍ଟ୍ ଟାଇମ୍‌, ଇକତରଫା ଆଦି ଚଳଚ୍ଚିତ୍ର ଶୁଭମୁକ୍ତି ହୋଇ ପାରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ ପକ୍ଷରୁ ପୁରସ୍କାର ଜିଣିଥିବା କ୍ଷୁଦ୍ର ଚଳଚ୍ଚିତ୍ର ଅହଲ୍ୟାର ନିର୍ମାଣ କରାଯାଇଛି । ଏହା ବେଶ୍ ସଫଳ ରହିବା ସହିତ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିବାକୁ ସକ୍ଷମ ହୋଇପାରିଛି । ରୟାଲ ଷ୍ଟାଗ୍ ବ୍ୟାରେଲ୍ ଏକ ସଫଳ ପ୍ଲାଟଫର୍ମ ଭାବରେ ବେଶ୍ ଖ୍ୟାତି ହାସଲ କରିପାରିଛି ଏବଂ ଫିଲ୍ମ ନିର୍ମାତାଙ୍କୁ ପ୍ରୋତ୍ସାହିତ କରିପାରିଛି । ଏହା ବଲିଉଡ୍‌ର ସୃଜନଶୀଳ ନିର୍ଦ୍ଦେଶକଙ୍କୁ ମୁଖ୍ୟସ୍ରୋତରେ ସାମିଲ୍ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହା ଭାରତରେ କ୍ଷୁଦ୍ର ଚଳଚ୍ଚିତ୍ରକୁ ବିଶେଷ ଲୋକପ୍ରିୟ କରାଇପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ