ଲକଡାଉନରେ ଅଧିକ କ୍ଷତିଗ୍ରସ୍ତ ହେଲେଣି ଲାଇଟ ଏଣ୍ଡ ସାଉଣ୍ଡ, ଟେଣ୍ଟମାଲିକ ଓ କର୍ମଚାରୀ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)ସାରା ବିଶ୍ୱରେ ମହାମାରୀ କରୋନା କାୟା ବିସ୍ତାର କରିଛି ଦିନକୁ ଦିନ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢିବାକୁ ଲାଗିଛି, ଏହାକୁ ଦୃଷ୍ଟିରେ ରଖିସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି l ବର୍ତ୍ତମାନ ପଞ୍ଚମ ପର୍ଯ୍ୟାୟ ଲକ ଡାଉନ ଚାଲିଛି, କିନ୍ତୁ କିଛିମାତ୍ରାରେ କଟକଣା କୋହଳ କରାଯାଇଛି l ଦୋକାନ ବଜାର ଖୋଲିଛି,ବସ, ରେଳ, ଚଳାଚଳ ମଧ୍ୟ ଆରମ୍ଭ କଲାଣି, ଶ୍ରମିକ ଶ୍ରେଣୀର ଲୋକେ ସାମାଜିକ ଦୂରତା ରକ୍ଷାକରି କାମ ଧନ୍ଦା ଆରମ୍ଭ କରିଛନ୍ତି l କୃଷକ ମଧ୍ୟ ଚାଷକାମ ଆରମ୍ଭ କରିଛି l ସାମାଜିକ ଧାର୍ମିକ କାର୍ଯ୍ୟକ୍ରମ ବିବାହ ବ୍ରତ ଯାନୀ ଯାତ୍ରା ମେଲଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆଦ୍ୟାବଧି କଟକଣା ଲାଗିରହିଛି l ଦୀର୍ଘ ତିନିମାସରୁ ଉର୍ଦ୍ଧ ସମସ୍ତ ସାମାଜିକ କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ବନ୍ଦ ରହିଛି l କେବେ କଟକଣା ମୁକ୍ତହେବ କହିହବନି l ଚଳିତ ବର୍ଷ ସିଜନ ସମୟରେ କୋରନା ଆସି ସବୁଠୁ ଅଧିକ କ୍ଷତି ସହିବାକୁ ପଡିଛି ଲାଇଟ ସାଉଣ୍ଡ ଟେଣ୍ଟ ମାଲିକ ମାନେ ତତସହିତ ଏ ସବୁ ଉପରେ ନିର୍ଭରକରି ଚଳୁଥିବା ଟେକ୍ନିସିଆନ ମିସ୍ତ୍ରୀ ଶ୍ରମିକ ରୋଜଗାର ହରାଇ ହାତବାନ୍ଧି ବସିଛନ୍ତି l ଟେଣ୍ଟ ମାଲିକ ଓ କର୍ମଚାରୀ ଏହି ବିବାହ ସିଜନରେ ବର୍ଷ ତମାମ ପାଇଁ ଆୟ କରିଥାନ୍ତି l କିନ୍ତୁ କୋରନା ଯୋଗୁଁ ଟେକ୍ନିସିଆନ ମିସ୍ତ୍ରୀ ଶ୍ରମିକ ଓ ମାଲିକଙ୍କ ମେରୁଦଣ୍ଡ ଭାଙ୍ଗିଯାଇଛି କାମକରୁଥିବା କର୍ମଚାରିଙ୍କ ଘରେ ଚୁଲି ଜଳୁନି ଭୋକ ଉପବାସରେ ପଡ଼ିରହିଛନ୍ତି ଦିନକୁ ଦିନ ଦୁର୍ଦଶା ବଢୁଛି l ସରକାର ସତେ ଯେପରି ଏମାନଙ୍କ କଥା ଭୁଲିଯାଇଛନ୍ତି l ସମସ୍ତଙ୍କୁ କିଛି ନା କିଛି ସାହାଯ୍ୟ ଓ ସହଯୋଗ ପ୍ରଶାସନ କରିଥିବା ବେଳେ ଏହି ଅନୁଷ୍ଠାନର ଶ୍ରମିକ ମାନଙ୍କ ପ୍ରତି ଆଖିବୁଜି ଦେଇଛି l ସରକାର ଲାଇଟ ସାଉଣ୍ଡ ଟେଣ୍ଟ ମାଲିକ ଓ କର୍ମଚାରୀଙ୍କୁ ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ କନ୍ଧମାଳ ଲାଇଟ ସାଉଣ୍ଡ ଟେଣ୍ଡ ମାଲିକ ଓ କର୍ମଚାରୀ ସଂଘ ପକ୍ଷରୁ ଦୃଢ଼ ଦାବି ହେଉଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ