ଲକଡାଉନ ଉଠିବା ପରେ ପ୍ରଥମେ ମୋ ମାତାପିତାଙ୍କୁ ଭେଟିବି: ସୋନାଲି ବେନ୍ଦ୍ରେ

ଇଣ୍ଡିଆ ଟୁଡେଜ ପକ୍ଷରୁଆୟୋଜିତ ଇ-କନକ୍ଲେଭ କରୋନା ସିରିଜରେ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ନିଜର ଖରାପ ଦିନଗୁଡ଼ିକ ସମ୍ପର୍କରେ କହିଛନ୍ତି । କ୍ୟାନସର ସହ ଲଢେ଼ଇ ବେଳେ ଆମେରିକାରେ ସେ କ୍ୱାରାଣ୍ଟିନର ଅନୁଭୂତି ନେଇ ସାରିଛନ୍ତି । ୨୦୧୯ ରେ ଭାରତକୁ ଫେରିବା ପରେ ବି କେମୋଥେରାପି ନେଉଥିବାରୁ ଇମ୍ୟୁନିଟି ପାଇଁ ତାଙ୍କୁ କ୍ୱାରାଣ୍ଟିନରେ ରହିବାକୁ ପଡ଼ିଥିଲା । ତେବେ ପରିବାର ଓ ବନ୍ଧୁମାନେ ତାଙ୍କୁ ଦେଖା କରିବାକୁ ଆସୁଥିବାରୁ ତାହା ଟିକେ ଅଲଗା ପ୍ରକାର କ୍ୱାରାଣ୍ଟିନ ଥିଲା ବୋଲି ସେ କହିଛନ୍ତି । ବର୍ତ୍ତମାନ କରୋନା ଲକଡାଉନ ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ ପୂର୍ବରୁ କ୍ୱାରାଣ୍ଟିନରେ ରହିଥିବାରୁ ଏବେ ତାଙ୍କୁ ଲକଡାଉନ ଅବଧି ଆଉ ଟିକେ ବଢ଼ି ଯାଇଥିବା ଭଳି ଅନୁଭବ ହେଉଛି । ଏବେ ସୋନାଲି ନିଜ ପରିବାରଠାରୁ ଦୂରରେ ରହିଛନ୍ତି । ଯଦିଓ ସେ ବନ୍ଧୁ ଓ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନଙ୍କ ସହ ଭିଡିଓ କଲରେ କଥା ହେଉଛନ୍ତି, କିନ୍ତୁ ବାପା ମା’ ଆଧୁନିକ ଜ୍ଞାନ କୌଶଳ ସହ ପରିଚିତ ନଥିବାରୁ ତାହା କରିପାରୁନାହାନ୍ତି । ଦୀର୍ଘ ଦିନ ହେଲା ସେ ବାପା ମା’ଙ୍କୁ ଦେଖି ନଥିବାରୁ ଲକଡାଉନ ଉଠିବା ମାତ୍ରେ ସେ ପ୍ରଥମେ ତାଙ୍କୁ ଭେଟିବେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ