ଲକଡାଉନ କଟକଣାକୁ ଦୃଢ଼ କର :କେନ୍ଦ୍ର
ନୂଆଦିଲ୍ଲୀ : ଲକଡାଉନକୁ ଅଧିକ ଦୃଢ଼ କରିବାକୁ ସମସ୍ତ ରାଜ୍ୟକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି। ସମସ୍ତ ରାଜ୍ୟ ଓ ଜିଲ୍ଲାଗୁଡିକର ସୀମା ସିଲ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି । ସେହିପରି ସହର ଭିତରେ ଯାଇଥିବା ରାଜପଥରେ ଗମନାଗମନ ବନ୍ଦ କରିବାକୁ ନିର୍ଦେଶ ଦିଆଯାଇଛି । ଘରେ ରହିବାକୁ ଲୋକଙ୍କୁ ସଚେତନ କରିବାକୁ କେନ୍ଦ୍ରସରକାର ପରାମର୍ଶ ଦେଇଛନ୍ତି । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଉପରେ ଗୁରୁତ୍ୱ ଦେବାକୁ ନିର୍ଦେଶ ଦିଆଯାଇଛି । ଏହାଛଡା ପ୍ରବାସୀ, ଦିନ ମଜୁରିଆ ଓ ଅସହାୟଙ୍କ ଲାଗି ଖାଦ୍ୟ ଓ ରହିବା ବ୍ୟବସ୍ଥା କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।


