ଲକଡାଉନ ବୃଦ୍ଧି ନେଇ ମୋଦିଙ୍କ ସଙ୍କେତ

ଭୁବନେଶ୍ୱର : ଦିନକୁ ଦିନ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ଅପ୍ରେଲ ୧୪ରେ ଲକଡାଉନ ଉଠାଇବା ସମ୍ଭବପର ହେବା ଭଳି ମନେ ହେଉନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏଭଳି ମନ୍ତବ୍ୟରୁ ଲକଡ଼ାଉନ ଅବଧି ବୃଦ୍ଧି ପାଇବ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ପ୍ରଧାନମନ୍ତ୍ରୀ ଆଜି ବିଭିନ୍ନ ଦଳର ସାଂସଦମାନଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଯୋଗେ ଆଲୋଚନା କରିଥିଲେ । ସଂସଦରେ ଯେଉଁ ଦଳର ୫ ବା ତତୋଧିକ ସାଂସଦ ଥିବେ ସେହି ଦଳର ପ୍ରତିନିଧିଙ୍କ ସହ ମୋଦି ଆଲୋଚନା କରିଥିଲେ । ଲକଡାଉନ ନ ହଟେଇବାକୁ ବିଭିନ୍ନ ମହଲରୁ ତାଙ୍କ ପାଖକୁ ପ୍ରସ୍ତାବ ଆସୁଥିବା ମୋଦି କହିଛନ୍ତି । ତେବେ ଏନେଇ ତ୍ୱରିତ ନିଷ୍ପତି ନିଆଯିବ ନାହିଁ । ଶନିବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡ଼ିଓ କନଫେରେନ୍ସିଂ ଜରିଆରେ ମୋଦି ଆଲୋଚନା କରିବେ । ଏହାପରେ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ । କେତେକ ସୂତ୍ର ଅନୁଯାୟୀ, ଲକଡାଉନ ସମ୍ଭବତଃ ଆଉ ଦୁଇ ସପ୍ତାହ ବୃଦ୍ଧି କରାଯିବ । କିନ୍ତୁ ସରକାରଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ