ଲକଡାଉନ ବଢ଼ିବା ନିଶ୍ଚିତ: ନ୍ୟାସନାଲ ଏମର୍ଜେନ୍ସି ନେଇ କଥାବାର୍ତ୍ତା ଆରମ୍ଭ

ନୂଆଦିଲ୍ଲୀ: କୋରୋନା ମୁକାବିଲା ନେଇ ଜାରି ହୋଇଥିବା ୩ ସପ୍ତାହର ଲକଡାଉନ ଉଠିବ ନାହିଁ ବୋଲି ଏକପ୍ରକାର ନିଶ୍ଚିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଭିଡିଓ କନଫରେନ୍ସିଂ ବୈଠକରେ ଏନେଇ ଆପାତତଃ ନିଷ୍ପତ୍ତି ହୋଇଛି। ଏପ୍ରିଲ ୧୪ ପରେ ଲକଡାଉନକୁ ବଳବତ୍ତର ରଖିବା ପାଇଁ ଅଧିକାଂଶ ରାଜନୈତିକ ଦଳର ନେତାମାନେ ମତ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ସେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହୋଇଛନ୍ତି। କେହି ବି ଲକଡାଉନ ଉଠାଇବା ସପକ୍ଷରେ ମତ ରଖି ନାହାନ୍ତି। ସେ ପୁଣି ଥରେ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ବୋଲି ମୋଦି ଭିଡିଓ କନଫରେନ୍ସିଂ ପରେ କହିଛନ୍ତି। ରାଜନୈତିକ ଦଳର ନେତାମାନଙ୍କ ସହ ମୋଦି କଥା ହେବା ବେଳର ଏକ ଭିଡିଓର କିଛି ଅଂଶ ବାହାରେ ଲିକ୍ ହୋଇଛି। ଯେଉଁ ଭିଡିଓରେ ମୋଦି ଦେଶରେ ବର୍ତ୍ତମାନର ସ୍ଥିତି ଜାତୀୟ ଜରୁରୀ ପରିସ୍ଥିତି ପରି ଅବସ୍ଥା ସୃଷ୍ଟି କରିଛି ବୋଲି କହୁଥିବା ଜଣାପଡ଼ିଛି। ଆମେ ଏପରି କିଛି ପରିସ୍ଥିତିକୁ ମୁକାବିଲା କରିବା ପାଇଁ ଆହୁରି କଠୋର ପଦକ୍ଷେପ ନେବାକୁ ବାଧ୍ୟ ହେବୁ ବୋଲି ମୋଦି କହୁଥିବାର ଭିଡିଓ ପଦାକୁ ଆସିଛି। ଜାତୀୟ ସ୍ବାର୍ଥ ପାଇଁ କଠୋର ପଦକ୍ଷେପ ନେବା ବ୍ୟତୀତ ଆମ ପାଖରେ ଅନକରୋନା କିଛି ବିକଳ୍ପ ନାହିଁ ବୋଲି ମୋଦି କଥା ହେବାର ଭିଡିଓ ପଦାକୁ ଆସିବା ପରେ ଦେଶରେ ନ୍ୟାସନାଲ ଏମର୍ଜେନ୍ସି ଜାରି ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ ବୋଲି ଆଶଙ୍କା କରାଯାଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ