ଲକଡାଉନ ମେ’ ୩୧ ଯାଏଁ ବୃଦ୍ଧି

ନୂଆଦିଲ୍ଲୀ: ଲକଡାଉନ ଅବଧି ବୃଦ୍ଧି କରାଯାଇଛି । ଚତୁର୍ଥ ଦଫାରେ ମେ’ ୩୧ ଯାଏଁ ବୃଦ୍ଧି କରାଯାଇଛି । ଆସନ୍ତାକାଲି ଠାରୁ ଏହା ଲାଗୁ ହେବ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । କେନ୍ଦ୍ର ସରକାର ଲକଡାଉନ ଅବଧି ବୃଦ୍ଧି କରିବା ପୂର୍ବରୁ ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡ଼ୁ ଭଳି ରାଜ୍ୟ ସରକାରମାନେ ଅବଧି ବୃଦ୍ଧି କରିଥିଲେ । ତେବେ ଚତୁର୍ଥ ଦଫା ଲକଡାଉନରେ ଅନେକ କଟକଣା କୋହଳ କରାଯାଇଛି । ତେବେ ଏହାର ଗାଇଡ୍‌ ଲାଇନ୍‌ ଜାରି କରାଯାଇନାହିଁ। ଗୃହ ସଚିବ ରାଜୀବ ଗୌବା ସମସ୍ତ ରାଜ୍ୟର ସଚିବଙ୍କ ସହିତ ଆଲୋଚନା କରିବା ପରେ ଗୃହମନ୍ତ୍ରାଳୟ ପକ୍ଷରୁ ବିସ୍ତୃତ ଗାଇଡ୍‌ଲାଇନ୍‌ ଜାରି କରାଯିବ ବୋଲି ଜଣାପଡିଛି। ସୂଚନାଯୋଗ୍ୟଯେ, କରୋନା ପାଇଁ ଲକଡାଉନ ହିଁ ଅମୋଘ ଅସ୍ତ୍ର ବୋଲି ବିବେଚନା କରାଯାଉଛି । ଚାଇନା ଏହି ଉପାୟରେ ହିଁ କରୋନା ସଂକ୍ରମଣକୁ ନିୟନ୍ତ୍ରଣାଧିନ କରିପାରିଥିଲା । କିନ୍ତୁ ଲକଡାଉନ ଯୋଗୁଁ ଅର୍ଥନୈତିକ କ୍ଷେତ୍ରରେ ପ୍ରବଳ ଚାପର ସମ୍ମୁଖୀନ ହେବାକୁ ପଡ଼ୁଛି । ତେଣୁ ଆର୍ଥିକ କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ କଟକଣାକୁ କୋହଳ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ