ଲକଡାଉନ ୪.୦ର ନୂଆ ଗାଇଡ଼ଲାଇନ୍
୧. ଘରୋଇ ଓ ଅନ୍ତର୍ଜାତିକ ବିମାନ ସେବା, ମେଟ୍ରୋ ରେଳ, ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ, ହୋଟେଲ, ରେଷ୍ଟୁରାଂଟ, ସିନେମା ହଲ, ସପିଂ ମଲ, ପାର୍କ, ବାର, ଅଡ଼ିଟୋରିୟମ, ଧାର୍ମିକ ଉତ୍ସବ ଓ ଅନୁଷ୍ଠାନ ଆଦି ବନ୍ଦ ରହିବ ।
୨. ରାଜ୍ୟଗୁଡ଼ିକର ସହମତି ଭିତିରେ ଆନ୍ତଃ ରାଜ୍ୟ ବସ ଚଳାଚଳ ହୋଇପାରିବ ।
୩. ରାଜ୍ୟ ସରକାରଙ୍କ ନିଷ୍ପତି କ୍ରମେ ଆନ୍ତଃ ରାଜ୍ୟ ଗାଡ଼ି ଚଳାଚଳ ଓ ବସ୍ ଚଳାଚଳ ହୋଇପାରିବ ।
୪. ରାଜ୍ୟ ସରକାରମାନେ କଂଟେନମେଣ୍ଟ, ବଫର, ରେଡ଼, ଗ୍ରୀନ ଓ ଅରେଂଜ ଜୋନ ସଂକ୍ରାନ୍ତରେ ସ୍ଥିର କରିବେ ।
୫. କେନ୍ଦ୍ର ସରକାରଙ୍କ ଗାଇଡ଼ଲାଇନ ଆଧାରରେ ଜିଲ୍ଲା ପ୍ରଶାସନ କେଉଁ ଅଂଚଳ ରେଡ଼, ଅରେଂଜ, କଂଟେନମେଣ୍ଟ ଓ ବଫର ଜୋନ ସ୍ଥିର କରିପାରିବେ ।
୬. ରାତ୍ରକାଳୀନ କର୍ଫ୍ୟୁ ରାତି ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ଜାରିରହିବ । ଅତ୍ୟାବଶ୍ୟକୀୟ ସେବା ଜାରି ରହିପାରିବ ।
୭. ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସର ବ୍ୟକ୍ତି, ରୋଗାକ୍ରାନ୍ତ, ଗର୍ଭବତୀ ମହିଳା ଓ ୧୦ ବର୍ଷରୁ କମ ବୟସର ପିଲା ବାହାରକୁ ବାହାରିବେ ନାହିଁ ।
୮. ଟ୍ରକ ଓ ମେଡ଼ିକାଲ ପ୍ରଫେସନାଲ ଆନ୍ତଃ ରାଜ୍ୟ ଚଳାଚଳ କରିପାରିବେ ।
୯. ଲକଡାଉନ ୩ରେ ଯେଉଁ ସବୁକୁ ଅନୁମତି ମିଳିଥିଲା ତାହା ବି ବଳବତ୍ତର ରହିବ ।


