ଲକର୍ ଭାଙ୍ଗି ୭ ତୋଳା ସୁନା ଅଳଙ୍କାର ଲୁଟିନେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):କିଛି ଦିନର ବ୍ୟବଧାନ ପରେ ପାରଳା ସହରରେ ପୁଣି ଚୋରି ଘଟଣା ସାମ୍‌ନାକୁ ଆସିଛି। ଗତ ରାତିରେ ଓମ୍ ଶାନ୍ତି କଲୋନି ୪ର୍ଥ ଲାଇନରେ କେଶବ ପ୍ରଧାନଙ୍କ ଘରେ ଦୁର୍ବୃତ୍ତମାନେ ଆଲମାରୀ ଲକର ଭାଙ୍ଗି ୭ ଭରି ସୁନା ଗହଣା ৩০° ଅନ୍ୟାନ୍ୟ ମୂଲ୍ୟବାନ ସାମଗ୍ରୀ ଚୋରାଇ ନେଇଛନ୍ତି । ପୁରୁଷୋତ୍ତମପୁର ବାସିନ୍ଦା କେଶବ ନିଜ ଭଉଣୀ ସହ ଏଠାରେ ଭଡ଼ାରେ ରହନ୍ତି। ଭଉଣୀ ପୁରୁଷୋତ୍ତମପୁର ଯାଇଥିବା ବେଳେ କେଶବ ବିଳମ୍ବିତ ରାତିରେ ଦଣ୍ଡନାଟ ଦେଖିବା ପାଇଁ ହାଟପଦା ଯାଇଥିଲେ। ଫଳରେ, ଏହାର ସୁଯୋଗ ନେଇ ଦୁର୍ବୃତ୍ତମାନେ ଚୋରି କରିବାରେ ସଫଳ ହୋଇଛନ୍ତି । ଭୋର ସମୟରେ କେଶବ ଘରକୁ ଫେରି ଦେଖନ୍ତି ଯେ, ଘର କବାଟ ବାହାର ପଟୁ ଖୋଲା ହୋଇ ରହିଛି। ଘର ଭିତରକୁ ଯିବା ପରେ ଦେଖିଲେ ଯେ, ଆଲମାରୀ ଲକର ଭାଙ୍ଗି ଅଳଙ୍କାର ଏବଂ ଜିନିଷପତ୍ର ଚୋରି ହୋଇଯାଇଛି ଚୋରି ହୋଇଥିବା ସାମଗ୍ରୀର ଆନୁମାନିକ ମୂଲ୍ୟ ୫ଲକ୍ଷରୁ ଅଧିକ ହେବା ଏ ନେଇ କେଶବ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣାସ୍ଥଳରେ ପୁଲିସ ও ସାଇଣ୍ଟିଫିକ ଟିମ୍ ପହଞ୍ଚି ସିସିଟିଭି ଫୁଟେଜ୍‌କୁ ଆଧାର କରି ତଦନ୍ତ ଆରମ୍ଭ କରିଥିବା ପ୍ରକାଶ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ