ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ଗ୍ରାମୀଣ ପାର୍କ ନିର୍ମାଣ ସତ୍ବେ କାର୍ଯ୍ୟରେ ଆସୁନି

ନିମାପଡ଼ା, (ସନ୍ତୋଷ ଦାଶ):ରାଜ୍ୟ ସରକାର ଜନସାଧାରଣ ଙ୍କ ଲାଗି ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ଉଦାସୀନତା, ନିଷ୍କ୍ରିୟତା କାରଣରୁ ତାହାର ସଫଳ ରୂପାୟନ ହୋଇ ପାରୁନାହିଁ। ତାହାର ଜ୍ଵଳନ୍ତ ଉଦାହରଣ ହେଉଛି ଗ୍ରାମାଞ୍ଚଳ ରେ ପାର୍କ ନିର୍ମାଣ। ପୁରୀ ଜିଲ୍ଲା ନିମାପଡ଼ା ବ୍ଲକର ଶିଶୁ ଓ ଜନ ସାଧାରଣ ଙ୍କ ଆମୋଦ ପ୍ରମୋଦ ଲାଗି ବ୍ଲକ ପ୍ରଶାସନ ପକ୍ଷରୁ ୨୧ ଟି ପଞ୍ଚାୟତରେ ଗ୍ରାମୀଣ ପାର୍କ ଲାଗି କାର୍ଯ୍ୟାଦେଶ ଦିଆଯାଇଥିଲା ।ସେଥିମଧ୍ୟରୁ ୮ଟି କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟ ସବୁ ଅଧା ଅବସ୍ଥାରେ ରହିଛି ।ଗୋଟିଏ ଗ୍ରାମୀଣ ପାର୍କ ଲାଗି ୧୫ ରୁ ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା।ବ୍ଲକ ର ବାହାରଣା ,ଭିଲ୍ଲିଗ୍ରାମ ,ତମ୍ପାଳୋ , ରେଞ୍ଚ୍ ,ଡେଣୁଅ,ତୁଳସୀପୁର ,ବଳଙ୍ଗା , ତେରୁଣ୍ଡିଆ ପ୍ରଭୁତି ପଞ୍ଚାୟତ ରେ ଗ୍ରାମୀଣ ପାର୍କ ନିର୍ମାଣ ହୋଇ ଉଦଘାଟନ ହୋଇଯାଇଛି ।ଅରିଷଣ୍ଢ ,ଭୋଦର ,ଚଅଁରପଦା , ଛଣିଜଙ୍ଗ,କୋଟକୁସାଙ୍ଗ, ସାଇଁଶ, ମିଟେଇପୁର,ନୂଆସନ୍ଥ , ଉଛୁପୁର ପ୍ରଭୁତି ପଞ୍ଚାୟତରେ ଗ୍ରାମୀଣ ପାର୍କ ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିରହିଛି । କେଉଁଠି ପାଚେରୀ ଭାଙ୍ଗିଗଲାଣି ତ କେଉଁଠି ପାର୍କ ରେ ଗାଈଚରୁଛନ୍ତି ।କାର୍ଯ୍ୟ ନସାରି କିପରି କନିଷ୍ଠ ଯନ୍ତ୍ରୀ ମାନେ ବିଲ କଲେ ତାହା ସାଧାରଣରେ ଆଲୋଚନା ହେଉଛି ।ପାର୍କ ନିର୍ମାଣ କାର୍ଯ୍ୟ ରେ ବ୍ୟାପକ ଦୁର୍ନୀତି ହୋଇଥିବା ସାଧାରଣ ରେ ଅଭିଯୋଗ ହେଉଛି । ଅନ୍ୟ ପକ୍ଷରେ ରାଜ୍ୟ ସରକାର ପଞ୍ଚାୟତର ପ୍ରତି ପୋଖରୀ ଠାରେ ଲୁଗା ବଦଳାଇବା ଲାଗି ଘର ଖଣ୍ଡିଏ କରିଛନ୍ତି ।ମାତ୍ର ଉକ୍ତ ଗୃହ ଲୋକ ଙ୍କ କାର୍ଯ୍ୟ ରେ ଲାଗୁନି । କିଏ ସେହି ଘରେ ଛେଳି ରଖିଲାଣି ତ କିଏ ଜାଳ ରଖିଲେଣି ।ସରକାରୀ ଯୋଜନା ଏହି ବ୍ଲକ ଅଞ୍ଚଳ ରେ ପ୍ରହସନ ରେ ପରିଣତ ହୋଇଛି । ଗ୍ରାମୀଣ ପାର୍କ ଓ ପୋଖରୀ ତୁଠ ରେ ଗୃହ ନିର୍ମାଣ କାର୍ଯ୍ୟ ସମ୍ପର୍କ ରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ କାର୍ଯ୍ୟ କରୁଥିବା ଠିକାଦାର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଦାବି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ