ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ଆର୍.ଉଦୟଗିରି ପୋଲିସ କୌଣସି ସୂତ୍ରରୁ ଖବର ପାଇ ଆର୍.ଉଦୟଗିରି ଥାନା ଅନ୍ତର୍ଗତ ଆଟାଲିମ୍ମା ଗ୍ରାମରେ ଚଢାଉ କରାଯାଇଥିଲା । ସେଠାରେ ଜଣେ ବ୍ୟକ୍ତି କିଛି ଚୋରା ଗଞ୍ଜେଇ ଧରି କେଉଁ ଆଡେ ଯିବାକୁ ଅପେକ୍ଷା କରିଥିଲେ । ଏହି ସମୟରେ ପୋଲିସ ସେଠାରେ ପହଞ୍ôଚ ତାଙ୍କୁ ପଚରାଉଚରା କରିଥିବାବେଳେ ସେ ଏକ ଜରି ଅଖା ମଧ୍ୟରେ ଗଞ୍ଜେଇ ରଖିଥିବା ଜଣାପଡିଥିଲା । ଘଟଣା ସ୍ଥଳରୁ ଆର୍.ଉଦୟଗିରି ପୋଲିସ ଗଞ୍ଜେଇ ଜବତ କରିବା ସହ ସେହି ବ୍ୟକ୍ତିଙ୍କୁ ଧରି ଥାନାକୁ ଆଣିଥିଲେ । ଗଞ୍ଜେଇ ରଖିଥିବା ବ୍ୟକ୍ତି ଆଟାଲିମ୍ମା ଗ୍ରାମର ପ୍ରତୀକ ବୀର ଏବଂ ତାଙ୍କ ଠାରୁ ଜବତ ଗଞ୍ଜେଇର ପରିମାଣ ପ୍ରାୟ ୪୨କେଜି ୪୦୦ଗ୍ରାମ ଏବଂ ଏହାର ମୁଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଆର୍.ଉଦୟଗିରି ଏସ୍.ଡି.ପି.ଓ. ଅଶୋକ କୁମାର ମହାନ୍ତି ସୂଚନା ଦେଇଛନ୍ତି । ଉକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ