ଲକ୍ଷାଧିକ ଟଙ୍କାର ପନିପରିବା ନଷ୍ଟ କଲେ ହାତୀପଲ

ଶେରଗଡ,(ଯୁଗାବ୍ଦ ନ୍ୟୁଜ୍‌):ବ୍ୟାଙ୍କରୁ ଟଙ୍କା ଋଣ କରି ଚାଷୀ ଲଗାଇଥିଲେ ପନିପରିବା । ଉତ୍ପାଦିତ ହେଉଥିବା ପନିପରିବା ବିକ୍ରି କରି ବ୍ୟାଙ୍କ ଋଣ ସୁଝି ପରିବାର ପ୍ରତିପୋଷଣ କରିବା ସହ ବ୍ୟାଙ୍କ ଋଣ ସୁଝିବେ ବୋଲି ମନରେ କେତେ ଆଶା ରଖିଥିଲେ ।କିନ୍ତୁ ଗଂଜାମ ଜିଲ୍ଲା ଶେରଗଡ ବ୍ଲକ ଅନ୍ତର୍ଗତ ଭୁଷଣ୍ଡ ଗ୍ରାମନିକଟ ପାକିଡି ପାହାଡ ପାଦ ଦେଶରେ ବହୁ ଚାଷୀ ୫୦୦ ଭରଣ ଜମିରେ ପନିପରିବା ଲଗାଇଥିବା ବେଳେ ୧୪ ଟିକିଆ ହାତୀ ପଲ୍ଳ ରବିବାର ବିଳମ୍ବିତ ରାତିରେ ପନିପରିବା ଜମିରେ ପସି ଖାଇବା ସହ ଗୋଡରେ ଦଳି ଚକଟି ନଷ୍ଟ କରିଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ୩୦ ଜଣଙ୍କ ଜମିରେ ଲାଗିଥିବା ବାଇଗଣ, ଫୁଲକୋବି,ପତ୍ରକୋବି,ଟମାଟ,ମୁଗ,ଭେଣ୍ଡି ,ମକା, ବୋଇତାଳୁ ଆଦି ନଷ୍ଟ କରିଦେଇଛି । ଅନ୍ୟ ପଟେ ଚାଷୀ ଏଭଳି ସ୍ଥିତିରେ ଚାଷୀ କିଭଳି ଋଣ ସୁଝିବ ସେ ନେଇ ଚିନ୍ତାରେ ରହିବା ସହ ସରକାରୀ କିଛି ସହାୟତା ମିଳିଲେ ଉପକୃତ ହେବେ ବୋଲି ଚାଷୀ ମାନେ ମତପୋଷଣ କରିଥିଲେ । ଅନ୍ୟ ପଟେ ହାତୀପଲ୍ଲ ବାରମ୍ବାର ଫସଲ ନଷ୍ଟ କରୁଥିବା ବେଳେ କେତେବେଳେ ହାତୀପଲ୍ଳ ଗାଁ ମୁହାଁ ହେବ ସେ ନେଇ ମଧ୍ୟ ଲୋକମାନେ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ଅନ୍ୟ ପଟେ ବୁଦ୍ଧିଜୀବି ମହଲରେ ଚାଷୀ ମାନଙ୍କୁ ସହାୟତା ଦିଆଯିବା ନିମନ୍ତେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ