ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ତହସିଲ ଅଧିନସ୍ଥ ଷଡଙ୍ଗ ପଞ୍ଚାତର ମଙ୍ଗରାଜପୁର ଗ୍ରାମରେ ଆଜି ଅଗ୍ନିକାଣ୍ଡ ଘଟି ୩ଟି ପରିବାରର ୪ବଖରା ଘର ଜଳିଯାଇଥିବାବେଳେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୁତ ହୋଇଯାଇଛି । ଆଉ କିଛି ବ୍ୟକ୍ତିଙ୍କ ଘରର ଚାଳଛପର ଓହ୍ଲାଇ ଦିଆଯାଇଥିବାରୁ ସେମାନେ ମଧ୍ୟ ବେଘର ହୋଇଯାଇଛନ୍ତି । ଖବରରୁ ଜଣାଯାଇଛି ଯେ ଆଜି ଦିନ ୧୦ଟାବେଳେ ଗ୍ରାମର ଦେହୁରି ସାହିର କୈଳାଶ ନାୟକଙ୍କ ଘରେ ବିଦ୍ୟୁତ ତାରରୁ ଅଗ୍ନିକାଣ୍ଡ ଘଟିଥିଲା । ସଙ୍ଗେ ସଙ୍ଗେ ନିଆଁ ଚତୁର୍ଦ୍ଦିଗକୁ ବ୍ୟାପି ଯାଇ ପାଖରେ ଥିବା ଅଭିନ୍ନ ନାୟକ ଓ ରଞ୍ଜନ ନାୟକଙ୍କ ଘର ମଧ୍ୟ ସମ୍ପୁର୍ଣ୍ଣ ଜଳିଯାଇଥିଲା । ଗାଁ ଲୋକମାନେ ଅକ୍ଳାନ୍ତ ପରିଶ୍ରମ କରି ନିଆଁକୁ ଆୟତ କରିଥିଲେ । ଏପରିକି ପାଖରେ ଥିବା ଏକ ପାଣି ମୋଟର ଚଲାଇ ନିଆଁକୁ ଲିଭାଇଥିଲେ । ପରେ ହାଟଡିହିରୁ ଦମକଳ ପହଞ୍ଚି ନିଆଁକୁ ସମ୍ପୁର୍ଣ୍ଣ ଲିଭାଇ ଥିଲା । ଏହି ଅଗ୍ନିକାଣ୍ଡରେ ତିନୋଟି ପରିବାରର ଧାନ, ଚାଉଳ, ସୁନାରୁପ. ଟଙ୍କା ପଇସା, ଲୁଗାପଟା ସମେତ ସମସ୍ତ ଗୃହୋପକରଣ ପୋଡି ପାଉଁଶ ହୋଇଯାଇଛି । ଏପରିକି ପାଖ ଘରକୁ ରକ୍ଷା କରିବାପାଇଁ ସେମାନଙ୍କ ଚାଳଛପରକୁ ମଧ୍ୟ ଲୋକମାନେ ଓହ୍ଲାଇ ଦେଇଥିବା ଜଣାଯାଇଛି । ବିପନ୍ନ ପରିବାରକୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାସହିତ ବାସଗୃହ ଯୋଜନାରେ ପକ୍କାଘର ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ