ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଚୋରି; ମାମଲା ରୁଜୁ
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନାର ବଜାର ସାହିରି ଜନୈକ ବ୍ୟକ୍ତିଙ୍କ ଘରୁ ଲକ୍ଷାଧିକ ଟଙ୍କାର ସମ୍ପତି ଚୋରି ହୋଇଥିବା ନେଇ ଥାନାରେ ଏତଲା ଦିଆଯାଇଛି । ଏତଲା ପ୍ରକାରେ ପୁଲିସ୍ କେସ ନଂ ୮୧ା୨୦ରେ ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ପହଞ୍ଚି ତନଖି କରିଛନ୍ତି। ରିପୋର୍ଟ ଲେଖାହେବା ସୁଦ୍ଧା କାହାରିକୁ ମଧ୍ୟ ଗିରଫ କରାଯାଇ ନ ଥିବା ପ୍ରକାଶ।ଖବର ପ୍ରକାର, ତୁମୁଡ଼ିବନ୍ଧ ବଜାର ମଧ୍ୟରେ ରହୁଥିବା ମଂଜୁ ପଟନାୟକ ନାମକ ଏକ ମହିଳା ଓ ତାଙ୍କ ପରିବାରର ସଦସ୍ୟମାନେ କୌଣସି କାର୍ଯ୍ୟରେ ଗତ ୪ ତାରିଖ ଦିନ ବିଶାଖାପାଟଣା ଯାଇଥିବା ବେଳେ ଆଜି ସେମାନେ ମଧ୍ୟାହ୍ନରେ ଫେରିଥିଲେ । ତେବେ ଫରି ଦେଖିଲା ବେଳେ ଘରର କବାଟ ଭାଙ୍ଗାଯିବା ସହିତ ଘରୁ ୪ ତୋଳା ସୁନା, ୧୪ ତେଳା ରୁପା ସହିତ ନଗର ୫୦ ହଜାର ଟଙ୍କା ଓ କିଛି ଦାମିକିଆ ଶାଢୀ ଚୋରି ହୋଇଯାଇଥିବା ନେଇ ଦିନ ପ୍ରାୟ ୧ଟା ବେଳେ ଥାନାରେ ଏତଲା ଦେଇଥିଲେ। ତୁମୁଡ଼ିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ୍ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଆଲୋଚ୍ୟର ବିଷୟ ହୋଇଥିବା ବେଳେ ବଜାରର ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡ଼ିଯାଇଛି। ପୁଲିସ୍ ପକ୍ଷରୁ ରାତ୍ର ପେଟ୍ରୋଲିଂ କଡ଼ାକଡ଼ି କରିବା ପାଇଁ ଦାବି ହୋଇଛି ।