ଲକ୍ଷାଧିକ ଭକ୍ତଙ୍କ ସୁନାବେଶ ଦର୍ଶନ

ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ୍‌): ବାଲେଶ୍ୱର ବାଲଗୋପାଳପୁର ଶିଳ୍ପାଞ୍ଚଳ ସ୍ଥିତ ଇମାମୀ ନଗରସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ନବବର୍ଷ ଉପଲକ୍ଷେ ଲକ୍ଷାଧିକ ଭକ୍ତ ସୁନାବେଶ ଦର୍ଶନ କରିଥିବା ଜଣାପଡ଼ିଛି । ନବବର୍ଷ ଉପଲକ୍ଷେ ୧ ତାରିଖ ପ୍ରାତଃରୁ ସମସ୍ତ ରୀତିନୀତି ପୂଜାର୍ଚ୍ଚନା ସମାପନ ପରେ ସକାଳ ଘ.୫.୩୦ମି. ସମୟରେ କୀର୍ତ୍ତନ ପରିବେଷଣ, ସକାଳ ଘ.୬.୦୦ମି.ରେ ସକାଳ ଅବକାଶ, ସକାଳ ଘ.୮.୦୦ମି.ରେ ବଲ୍ଲଭ ଭୋଗ, ସକାଳ ଘ.୮.୩୦ମି.ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ରତ୍ନସିଂହାସନରେ ସୁନାବେଶ, ସକାଳ ଘ.୧୦.୩୦ମି.ରେ ଖେଚୁଡ଼ି ଭୋଗ, ମଧ୍ୟାହ୍ନ ଘ.୧୨.୧୫ମି.ରେ ରାଜଧୂପ, ଅପରାହ୍ନ ଘ.୪.୦୦ମି.ରେ ଯଜ୍ଞମଣ୍ଡପରେ ପୂର୍ଣ୍ଣାହୂତି, ସକାଳ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ନପ୍ରସାଦ ବଣ୍ଟନ ସାଙ୍ଗକୁ ସନ୍ଧ୍ୟାରେ ପ୍ରତିଷ୍ଠିତ କଳାକାରଙ୍କ ଦ୍ୱାରା ଭଜନ ପରିବେଷଣ ହୋଇଥିଲା । ନବବର୍ଷରେ ଇମାମ ନଗର ଜଗନ୍ନାଥଙ୍କୁ ସୁନାବେଶରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଦର୍ଶନ ସାଙ୍ଗକୁ ‘ଜୟ ଜଗନ୍ନାଥ’ ଧ୍ୱନି କରତାଳ, ଶଙ୍ଖନାଦରେ ଆସ୍ଥାନ ଜଗନ୍ନାଥମୟ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମନ୍ଦିର ପ୍ରଶାସନିକ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ସିଂହସାମନ୍ତ ତଥା ମୁଖ୍ୟ ପୂଜକ ଶ୍ରୀ ପ୍ରଦୀପ୍ତ କୁମାର ମିଶ୍ର ସମସ୍ତ କାର୍ଯ୍ୟକୁ ସମ୍ପାଦନ କରିଥିବାବେଳେ ମନ୍ଦିର ବେଢ଼ାରେ ଆଲୋକସଜ୍ଜା ଓ ପୁଷ୍ପସଜ୍ଜା ଭକ୍ତମାନଙ୍କ ମନରେ ବେଶ୍ ଭାବବିହ୍ୱଳ ଆବେଗପୂର୍ଣ୍ଣ ଜଗନ୍ନାଥମୟ ଉଦ୍ଦୀପନା ସୃଷ୍ଟି କରିଥିଲା । ଇମାମୀ ଗ୍ରୁପ୍‌ର ଯୁଗ୍ମ ଅଧ୍ୟକ୍ଷ ରାଧେଶ୍ୟାମ ଗୋୟେଙ୍କା, ସ୍ଥାନୀୟ ଇମାମୀ କାଗଜକଳର ମୁଖ୍ୟ ସଞ୍ଚାଳକ ଏମ୍‌.ବି.ଏସ୍‌. ନାୟାର, ଡାଇରେକ୍ଟର ଅପରେସନ୍ ସୁଶୀଲ କୁମାର ଖୈତାନ, ବରିଷ୍ଠ ଉପସଭାପତି ଆଶିଷ ଏ. ଗୁପ୍ତା ତଥା ବହୁ ପଦାଧିକାରୀ ଉପସ୍ଥିତ ରହି ସୁଚାରୁ ରୂପେ କାର୍ଯ୍ୟ ପରିଚାଳନା କରିଥିଲେ । ରେମୁଣା ଥାନା ଆଇ.ଆଇ.ସି. ଲୋପାମୁଦ୍ରା ନାୟକ ଏବଂ ବହୁ ପୋଲିସ୍ ପଦାଧିକାରୀ ଉପସ୍ଥିତ ରହି ଶୃଙ୍ଖଳା ରକ୍ଷା କରିବା ସହ ଯାନବାହନ ନିୟନ୍ତ୍ରଣ କରିଥିଲେ । ଏହି କାର୍ଯ୍ୟ ସୁଚାରୁ ରୂପେ ଅନୁଷ୍ଠିତ ହୋଇଥିବାରୁ ବରିଷ୍ଠ ଲୋକସଂପର୍କ ଅଧିକାରୀ ମନୋଜ କୁମାର ପାଢ଼ୀ ଏକ ବିବୃତ୍ତିରେ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ