ଲକ୍ଷେ୍ନର ଏକ ବଜାରରେ ପ୍ରତି ପରିବା ପାଇଁ ରହିଛି ସଂସ୍କୃତ ନାଁ
ବିଭିନ୍ନ ପନିପରିବାର ସଂସ୍କୃତ ନାଁ ଜାଣିବା ପାଇଁ ଉତ୍ତର ପ୍ରଦେଶର ଲକ୍ଷେ୍ନø ଅନ୍ତର୍ଗତ ନିଶାତଗଞ୍ଜ ପରିବା ବଜାର ହେଉଛି ଗୋଟାଏ ପ୍ରକୃଷ୍ଟ ସ୍ଥାନ । ଏହି ବଜାରରେ ସମସ୍ତ ପନିପରିବାର ନାମ ଛୋଟିଆ ଛୋଟିଆ ପ୍ଲାକାର୍ଡରେ ଲେଖାଯାଇ ରଖାଯାଇଛି । ଯେମିତିକି ଗୋଲାଆଳୁର ନାଁ “ଆଲୁକମ୍’, ବିଲାତିବାଇଗଣର ନାଁ “ରକ୍ତଫଳମ୍’, କଲରାର ନାଁ “କାରବେଲ୍ଲ’, ଗାଜରର ନାଁ “ଗୁଞ୍ଜନାକମ୍’, ରସୁଣର ନାଁ “ଲସୁମନ୍’, ପିଆଜର ନାଁ “ପଲାଣ୍ଡୁ’ ଏବଂ ଅଦାର ନାଁ “ଅଦ୍ରକମ୍’ । ଏଭଳି ଅଭିନବ ନାମକରଣ ସଂକ୍ରାନ୍ତରେ ବୁଝାଇ କହନ୍ତି ଅନ୍ୟତମ ପରିବା ବିକାଳି ସାନୁ । ସଂସ୍କୃତ ସହ ଆମେ ପରିଚିତ ନ ଥିଲେ ବି ଆମେ ସଂସ୍କୃତକୁ ଜନପ୍ରିୟ କରିବାକୁ ବିଚାର କଲୁ ଏବଂ କାମ ଆରମ୍ଭ କଲୁ । ସହାୟତା ପାଇଁ ଆମେ ଜଣେ ସ୍ଥାନୀୟ ସଂସ୍କୃତ ଶିକ୍ଷକଙ୍କ ପାଖକୁ ଗଲୁ । ପନିପରିବାଗୁଡ଼ିକର ସଂସ୍କୃତ ନାଁ ଦେଖି ଗ୍ରାହକମାନେ ଆମୋଦିତ ହେଉଛନ୍ତି । ଗ୍ରାହକମାନେ ଧୀରେ ଧୀରେ ପରିବା ପତ୍ରର ସଂସ୍କୃତ ନାଁ ଶିଖୁଛନ୍ତି । ସେମାନଙ୍କ ମଧ୍ୟରୁ କେହି କେହି “ଆଲୁକମ୍’ ବା “ରକ୍ତଫଳମ୍’ ଦିଅ ବୋଲି କହୁଛନ୍ତି । ଅବଶ୍ୟ କେତେକ ସ୍ଥାନୀୟ ଦୋକାନୀ ଏହାକୁ ପ୍ରଚାରର ଗୋଟାଏ ତରିକା ବୋଲି କହୁଛନ୍ତି । ଆଶାରାମ ଅଗ୍ରୱାଲ୍ ନାମକ ଜଣେ ସଉଦା ଦୋକାନୀ କହନ୍ତି । ପରିବାଦାକାନୀମାନେ ପଦଟିଏ ସଂସ୍କୃତ ବୁଝି ପାରନ୍ତି ନାହିଁ, ପଢ଼ିପାରନ୍ତି ନାହିଁ କି, କହି ପାରନ୍ତି ନାହିଁ । ମାଗଣାରେ ପ୍ରଚାର କରିବାକୁ ଏସବୁ କରାଯାଇଛି । ଏଇଟା ବଜାର ପାଇଁ ଭଲ ନୁହେଁ । ସଂସ୍କୃତ ଭାଷା ପ୍ରତି ବିଦ୍ରୂପ ହୋଇଥିବାରୁ ଏହାକୁ ବନ୍ଦ କରାଇବାକୁ ଆମେ ଉଦ୍ୟମ କରିବୁ ।


