ଲକ୍ଷ୍ମଣପଲ୍ଲୀରେ ପୋଲସରା ଥାନା ଆଇଆଇସିଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ପୋଲସରା, (ଅନିଲ କୁମାର ମହାରଣା):ପୋଲସରା ବ୍ଲକ ଅନ୍ତର୍ଗତ ଲକ୍ଷ୍ମଣପଲ୍ଲୀ ଗ୍ରାମରେ ପୋଲସରା ପୋଲିସ ଥାନା ଆଇଆଇସି ଜିତେନ୍ଦ୍ର କୁମାର ମଲ୍ଲିକଙ୍କୁ ଭବ୍ୟ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଆଇଆଇସି ଶ୍ରୀ ମଲ୍ଲିକ ୨୦୧୮ ମସିହାରେ ପୋଲସରା ପୋଲିସ ଥାନା ଅଧିକାରୀ ଭାବେ ଯୋଗଦେଇ ପୋଲସରା ସହର ଓ ଗ୍ରାମାଞ୍ଚଳରେ ଦିର୍ଘ ୫ ବର୍ଷ ଧରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ସଠିକ୍ ଭାବରେ ନିୟନ୍ତ୍ରଣ କରି ସୁନାମ ଅର୍ଜନ କରିବା ସହ ଶାନ୍ତି ଶୃଙ୍ଖଳା ସହ ୨୦୧୯ ସାଧାରଣ ନିର୍ବାଚନ, ଗତ ତ୍ରିସ୍ତରୀୟ ପଞ୍ଚାୟତ ରାଜ ନିର୍ବାଚନ ଓ ପୌର ନିର୍ବାଚନ ପରିଚାଳନା କରିଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ତିନି ବର୍ଷରୁ ଉର୍ଦ୍ଧ ସମୟ ଧରି ଥିବା ଅଧିକାରୀଙ୍କ ବଦଳି ନିୟମ ପ୍ରକାରେ ପୋଲସରା ଆଇଆଇସି ଶ୍ରୀ ମଲ୍ଲିକଙ୍କୁ ଢେ଼ଙ୍କାନାଳ ଜିଲ୍ଲାକୁ ବଦଳି ହୋଇଯାଇଛି । ଏହା ଜାଣିବା ପରେ ପୋଲସରା ଅଞ୍ଚଳର ନାଗରିକ ଓ ବୁଦ୍ଧିଜୀବୀଙ୍କ ମହଲରେ ଦୁଖଃର ବାତାବରଣ ଖେଳି ଯାଇଛି । ଥାନା ଅଧିକାରୀ ଶ୍ରୀ ମଲ୍ଲିକ ନିଜର ଉତ୍ତମ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରି ସାଧାରଣଙ୍କ ପ୍ରିୟପାତ୍ର ହୋଇପାରିଥିଲେ। ସେହି ଉତ୍ତମ ଗୁଣ ପାଇଁ ଲକ୍ଷ୍ମଣପଲ୍ଲୀ ଗ୍ରାମବାସୀ ଘଣ୍ଟ ମୃଦଙ୍ଗ ବାଜା ବଜାଇ ଥାନା ଅଧିକାରୀ ଶ୍ରୀ ମଲ୍ଲିକଙ୍କୁ ଉପଢୌକନ ପ୍ରଦାନ ପୂର୍ବକ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଥିଲେ । ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ସମିତିସଭ୍ୟ ପ୍ରତିନିଧି ଲୁଲୁ ପ୍ରଧାନ , ଗ୍ରାମ ସଭାପତି ଅଭିମନ୍ୟୁ ସାହୁ , ନାରାୟଣ ସାହୁ , ମନୋରଞ୍ଜନ ବିଷୋୟୀ , ମନୋଜ ସାହୁ, ଅଜିତ କୁମାର ସାହୁ , ବାଳକୃଷ୍ଣ ସାହୁ , ରଞ୍ଜନ କୁମାର ସାହୁ , ପ୍ରଦୀପ କୁମାର ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ