ଲକ୍ଷ୍ମୀଦତ୍ତ ପ୍ରଧାନ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ମୃତି ସଭା
ଛତ୍ରପୁର,(ଯୁଗାବ୍ଦ ନୁ୍ୟଜ୍): ଛତ୍ରପୁର ନିର୍ବାଚନ ମଣ୍ଡଳୀର ଯୁବ ବିଜେଡ଼ି ନେତା ତଥା ପୂର୍ବତନ କାଉନସିଲର ଲକ୍ଷ୍ମୀଦତ ପ୍ରଧାନ (ବଚନ)ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ସ୍ଥାନୀୟ ରୋଟାରୀ କ୍ଲବ୍ ପରିସରରେ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ. ଧନଞ୍ଜୟ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଅନୁÂିତ ହୋଇଯାଇଛି । ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ଭଗବାନ ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ବି. ରାଜି ବାବୁ, ଟି. ଚନ୍ଦ୍ରଶେଖର ରାଓ, ରାଜେଶ ସାହୁ, ସୟଦ୍ ମୁକ୍ତାର, ପୂର୍ବତନ ସାଂସଦ ପ୍ରତିିନିଧି ଆୟୁବୁ ଖାନ୍ , ଜଟିଆ ନାହାକ, ଶ୍ରୀକାନ୍ତ ମହାନ୍ତି, ଯୁବନେତା ବିମଳ ପଣ୍ଡା, ପୂର୍ବତନ ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଶମ୍ଭୁନାଥ ସ୍ୱାଇଁ, ଉମାକାନ୍ତ ରେଡ୍ଡି, ମତ୍ସ୍ୟଜୀବୀ ନେତା ବି. ସିମାଦ୍ରି, ବି. ଭିମା, ସରପଂଚ ପିତାମ୍ବର ପଣ୍ଡା, ଟି. ନରସିଂହ ରେଡ୍ଡି, ଶରତ ଖୁଂଟିଆ, ଧବଳେଶ୍ୱର ପ୍ରଧାନ, ବାବୁଲା ବେହେରା, ସମିତି ସଭ୍ୟ ଜ୍ୟୋତିରଞ୍ଜନ ସାହୁ, ଏନ୍. କ୍ରିଷ୍ଣା ରେଡ୍ଡି, ଭାଗିରଥୀ ପ୍ରଧାନ, ସରକାରୀ ଓକିଲ ଭୈରବି କୁମାର ପଟ୍ଟନାୟକ, ଡ଼ମିନାଥ ସାହୁ, ପ୍ରଦୀପ କୁମାର ପାତ୍ର, ସୌରୀ ପ୍ରସାଦ ବେହେରା, କାଳୀ ପ୍ରସାଦ ଦାସ, ଛାତ୍ର ନେତା ଅଜିତ ସ୍ୱାଇଁ, ବେଣୁଧର ବେହେରା, ଜିଲ୍ଲା ଛାତ୍ର ବିଜେଡ଼ିର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ନାରୀ ନେତ୍ରୀ ସୁବର୍ଣ୍ଣମାଳା ବିଷୋୟୀଙ୍କ ସମେତ ଛତ୍ରପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ନେତା ଓ କର୍ମୀ, ଛାତ୍ରୀ, ଯୁବକ, ଓକିଲ, ବୁଦ୍ଧିଜୀବୀ ଏବଂ ଲକ୍ଷ୍ମୀଦତ ପ୍ରଧାନଙ୍କୁ ଭଲ ପାଉଥିବା ସମର୍ଥକମାନେ ଯୋଗ ଦେଇ ସ୍ୱର୍ଗତ ଲକ୍ଷ୍ମୀଦତ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ । ପୂର୍ବରୁ ସକାଳ ୭ଟାରେ ବିଜୁ ଜନତା ଦଳ ପକ୍ଷରୁ ଛତ୍ରପୁର ମେଡ଼ିକାଲରେ ସମସ୍ତ ରୋଗୀଙ୍କୁ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଉପସ୍ଥିତ ରହି ଫଳ ବଂଟନ କରିିଥିଲେ ।


