ଲକ୍ଷ୍ମୀଦତ୍ତ ହତ୍ୟା ମମାଲାର ବିଚାରଣା ଜାରି ଡାକ୍ତରଙ୍କ ସାକ୍ଷ୍ୟ ଗ୍ରହଣ
ଛତ୍ରପୁର,(ଦେବଦତ୍ତ ମହାରଣା):ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ଛତ୍ରପୁରର ବହୁ ଚର୍ଚ୍ଚିତ ବିଜେଡି ନେତା ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ବିଚାରଣା ଜାରି ରହିଛି । ଅତିରିକ୍ତ ଜିଲ୍ଲା ଜଜ୍ ରାଜା ରଞ୍ଜନ ପାଢୀଙ୍କ ଅଦାଲତରେ ଶୁକ୍ରବାର ଡାକ୍ତର ଜ୍ୟୋସ୍ନାରାଣୀ ସେଠୀ ସାକ୍ଷ୍ୟ ପ୍ରଦାନ କରିଥିଲେ । ଏହି ସମ୍ବେଦନଶୀଳ ଘଟଣାରେ ୫୪ ଜଣ ସାକ୍ଷ୍ୟ ରହିଛନ୍ତି । ଏହା ମଧ୍ୟରେ ୬ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି । ଆସନ୍ତା ମାର୍ଚ୍ଚ ୧୫,୧୬ ଓ ୧୭ ତାରିଖରେ ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଛି ବୋଲି ସରକାରଙ୍କ ପକ୍ଷରୁ ମକଦ୍ଦମା ପରିଚାଳନା କରୁଥିବା ସ୍ୱତନ୍ତ୍ର ପିପି(ଗଞ୍ଜାମ) ତ୍ରିଲୋଚନ ପରିଡା ସୂଚନା ଦେଇଛନ୍ତି ।


