ଲକ୍ଷ୍ମୀନାରାୟଣ ଅଗ୍ରୱାଲ ଓମ୍କାରନାଥ ମିଶନର ରାଜ୍ୟ ଅଧ୍ୟକ୍ଷ

ପୁରୀ (ଯୁଗାବ୍ଦ ନ୍ୟୁଜ୍‍): ଅଖିଳ ଭାରତ ଜୟଗୁରୁ ସଂପ୍ରଦାୟର ୟୁନିଟ୍ ଓମ୍କାରନାଥ ମିଶନର ରାଜ୍ୟ ଅଧ୍ୟକ୍ଷ ହେମରାଜ ଓରଫ ଡଃ ଲକ୍ଷ୍ମୀନାରାୟଣ ଅଗ୍ରୱାଲ ମନୋନୀତ ହୋଇଛନ୍ତି । ସ୍ଥାନୀୟ ନୀଳାଚଳ ଆଶ୍ରମ ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆଶ୍ରମର ଭାରତର ମୁଖ୍ୟ ବିଏଲ ମହାରାଜା ଏହି ସୂଚନା ଦେଇଛନ୍ତି । ସେ କହିଥିଲେ ଯେ, ୧୯୩୭ ଏପ୍ରିଲ୨୪ ତାରିଖ ଦିନ ଓମକାରନାଥ ମହାରାଜାଙ୍କୁ ଭଗବାନ ଜଗନ୍ନାଥ ଦର୍ଶନ ଦେଇ ହରିନାମର ପ୍ରଚାର ପାଇଁ ଆଦେଶ ଦେଇଥିଲେ । ଏହି ଦିନକୁ ବାର୍ଷିକ ଉତ୍ସବ ଭାବେ ତିନି ଦିନ ଧରି ପାଳନ କରାଯାଇଛି । ଉତ୍ସବରେ ପଶ୍ଚିମବଙ୍ଗଳା ଓ ଅନ୍ୟ ସ୍ଥାନରୁ ପାଞ୍ଚ ହଜାରର ଭକ୍ତ ଯୋଗ ଦେଇଛନ୍ତି । ଆଶ୍ରମ ପକ୍ଷରୁ ବର୍ଷସାରା ଶ୍ରଦ୍ଧାଳୁଙ୍କ ସେବା କରାଯାଉଛି । ଏଥିସହ ଏଠାରେ ପାଠ ପଢା ସମେତ ପ୍ରତିଦିନ ଶତାଧିକ ଶ୍ରଦ୍ଧାଳୁଙ୍କୁ ମାଗଣାରେ ଭୋଜନ ଯୋଗାଇ ଦିଆଯାଇଛି । ଏଥିରେ ମିଶନର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କଲିକତାର ବରିଷ୍ଠ ସାମ୍ବାଦିକ ପ୍ରିୟନାଥ ଚଟୋପଧ୍ୟାୟ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ