ଲକ୍ଷ୍ମୀନାରାୟଣ ଯୁବ ପରିଷଦ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ବନ୍ୟା ପରି ଦୁର୍ଦ୍ଦିନ ସମୟରେ କେତେକ ସମାଜସେବୀ ଯୁବକମାନେ ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇଦେବାକୁ ଅଂଟାଭିଡିଥିବା ଦେଖାଯାଇଛି । ଚଳିତ ବ୍ରାହ୍ମଣୀ ନଦୀ ବନ୍ୟାରେ ତରଡିପାଳସ୍ଥିତ ଲକ୍ଷ୍ମୀନାରାୟଣ ଯୁବ ପରିଷଦର କିଛି ଯୁବ ସମାଜସେବୀ ଗୋଷ୍ଠି ଏକତ୍ରିତ ହୋଇ ଯୁବ ପରିଷଦ ଆନୁକୁଲ୍ୟରେ ବିଭିନ୍ନ ଶୁଖିଲା ଖାଦ୍ୟ ସାମଗ୍ରୀ ବନ୍ୟା ବିପନ୍ନଙ୍କୁ ବାଂଟିଥିବା ଦେଖିବାକୁ ମିଳିଛି । ଏହି କାର୍ଯ୍ୟକ୍ରମକୁ ଯୁବ ସମାଜସେବୀ ଅନିଲ କୁମାର ଧଳ,ପ୍ରେମାନନ୍ଦ ବିଶ୍ୱାଳ,ଭାଗ୍ୟଧର ବିଶ୍ୱାଳ,ଆଲୋକରଞ୍ଜନ ବିଶ୍ୱାଳ,ରାମଚନ୍ଦ୍ର ବିଶ୍ୱାଳ,ଜ୍ଞାନରଞ୍ଜନ ଧଳ ପ୍ରମୁଖ ନିଜ ଜୀବନକୁ ବାଜି ଲଗାଇ ସଫଳ ରୂପାୟନ କରିଥିଲେ । ଯୁବକମାନଙ୍କ ଏଭଳି କାର୍ଯ୍ୟ ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ