ଲକ୍ଷ୍ମୀନାରାୟଣ ୟୁଥକ୍ଲବ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ପୈାରାଚଂଳ ଅନ୍ତର୍ଗତ ୬ନମ୍ବର ୱାର୍ଡର ଭଗେଶ୍ୱରପୁର ଅଙ୍ଗନୱାଡିକେନ୍ଦ୍ର ପରିସରରେ ଲକ୍ଷ୍ମୀନାରାୟଣ ୟୁଥ କ୍ଲବ ଆନୁକୁଲ୍ୟରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ବିଧାୟକ କିଶୋର ଚନ୍ଦ୍ର ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଫିତାକାଟି ଉଦଘାଟନ କରିବା ସହ ପୈାରାଚଂଳର ଲୋକମାନଙ୍କ ଚକ୍ଷୁ ଏହି ଶିବିରରେ ମାଗଣାରେ ପରୀକ୍ଷା ସହ ଆବଶ୍ୟକ ସ୍ଥଳେ ସେମାନଙ୍କ ଚକ୍ଷୁ ଅସ୍ତ୍ରୋ୍ରପ୍ରଚାର ମଧ୍ୟ କରାଯିବ ବୋଲି କହିଥିଲେ । ଶିବିରରେ ଉପସ୍ଥିତ ଲୋକମାନଙ୍କ ସହ କଥା ହୋଇ ସେମାନଙ୍କ ଚକ୍ଷୁ ସମ୍ପର୍କୀୟ ସମସ୍ତ ସମସ୍ୟାର ସମାଧାନ କରିବାକୁ ସେଠାରେ ଉପସ୍ଥିତ ବିଶେଷଜ୍ଞଙ୍କୁ ପରାମର୍ଶ ଦେଇଥିଲେ । କଟକ ବିଡାନାସୀସ୍ଥିତ ରୋଟାରୀ ଚକ୍ଷୁ ଚିକିତ୍ସାଳୟ ସହାୟତାରେ ଅନୁଷ୍ଠିତ ଏହି ଶିବିରରେ ୧୫୦ଜଣ ବ୍ୟକ୍ତିଙ୍କ ମାଗଣାରେ ଚକ୍ଷୁ ପରୀକ୍ଷା କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୫ଜଣଙ୍କୁ ଚକ୍ଷୁ ଅସ୍ତ୍ରୋ୍ରପ୍ରଚାର ପାଇଁ କଟକ ରୋଟାରୀ ଚକ୍ଷୁ ଚିକିତ୍ସାଳୟକୁ ନିଆଯାଇଥିବା ସୂଚନା ମିଳିଛି । ଲକ୍ଷ୍ମୀନାରାୟଣ ୟୁଥ କ୍ଲବର ସଭାପତି ଗୈାତ୍ତମ ସ୍ୱାଇଁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି ଶିବିର ପରିଚାଳନାରେ ପ୍ରମୋଦ ସ୍ୱାଇଁ, ଆର୍ତ୍ତ ଶତପଥୀ, ଜୟନ୍ତ ସ୍ୱାଇଁ, ହେମନ୍ତ ସ୍ୱାଇଁ, ନିରଜନଳିନୀ ସ୍ୱାଇଁ, ସୈାମେନ୍ଦ୍ର ଦାସ, ହିମାଂଶୁ ମହାନ୍ତି ପ୍ରମୁଖ ସହଯୋଗ କରିଥିବା ବେଳେ ରୋଟାରୀ ଚକ୍ଷୁ ଚିକିତ୍ସାଳୟର ସଂଯୋଜକ ପରେଶ ଦାସ ଓ ତାଙ୍କ ଟିମ ଉପସ୍ଥିତ ରହି ଲୋକମାନଙ୍କ ଚକ୍ଷୁ ପରୀକ୍ଷା କରିଥିଲେ ।


