ଲକ୍ଷ୍ମୀପୁର ବ୍ଲକ ଡୁମୁରି ପଦର ଅଙ୍ଗନୱାଡ଼ି କର୍ମୀ ନିଯୁକ୍ତିରେ ଅନିୟମିତତାକୁ ନେଇ ହଟୋ ଗୋଳ

କୋରାପୁଟ,(ହେମନ୍ତ ପାଣଗ୍ରାହୀ) : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଡୁମୁରିପଦର ଅଙ୍ଗନୱାଡ଼ି କେନ୍ଦ୍ର- ୧ର ଅଙ୍ଗନୱାଡ଼ି କର୍ମୀ ପଦବୀ ଦୀର୍ଘ ବର୍ଷ ଧରି ଖାଲି ଥିବା ବେଳେ ଗତ ବର୍ଷ ଉକ୍ତ ଅଙ୍ଗନୱାଡ଼ି କେନ୍ଦ୍ରର କର୍ମୀ ପଦବୀ ନିମନ୍ତେ ଲକ୍ଷ୍ମୀପୁର ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ତରଫରୁ ବିଜ୍ଞପ୍ତି ଜାରି କରାଯାଇଥିଲା । ଉକ୍ତ ଅଙ୍ଗନୱାଡ଼ି କର୍ମୀ ପଦବୀ ନିମନ୍ତେ ଗ୍ରାମର ଦୁଇ ଜଣ ଝିଅ ଓ ଜଣେ ବୋହୂ ଆବେଦନ କରିଥିଲେ। ତେବେ ଗ୍ରାମର ଲୋକେ ଅଭିଯୋଗ ଆଣି କହିଛନ୍ତି ଯେ ଅଙ୍ଗନୱାଡ଼ି କେନ୍ଦ୍ର- ୧ କେନ୍ଦ୍ରରେ ବର୍ତ୍ତମାନ ଯେଉଁ ବୋହୁକୁ ନିଯୁକ୍ତି ନିମନ୍ତେ ବଛା ଯାଇଛି ସେହି ସାହି ଏକ ନମ୍ବର କେନ୍ଦ୍ରରେ ଆସୁନଥିବା ବେଳେ କେଉଁ ଭଳି ଭାବେ ଉକ୍ତ ସାହିର ଜଣେ ବୋହୁ ର ନାମ ଅଙ୍ଗନୱାଡ଼ି ସର୍ଭେ ରେ ଅନ୍ତର୍ଭୁକ୍ତ କରି ବର୍ତ୍ତମାନ ଡୁମୁରିପଦର ଅଙ୍ଗନୱାଡ଼ି କେନ୍ଦ୍ର-୧ ର ପଦବୀରେ ଅନିୟମିତତା କରି ନିଯୁକ୍ତି ଦେଇଥିବା ଗ୍ରାମର ସମୁହ ଅଭିଯୋଗ ଆଣିଛନ୍ତି। ଠିକ୍ ଭାବେ ପୂର୍ନବାର ବିଜ୍ଞପ୍ତି ଜାରି କରି ଗ୍ରାମର ଜଣେ ଗରୀବ ପଢ଼ା ଝିଅକୁ ଏହି ପଦବୀରେ ନିଯୁକ୍ତ ଦିଅନ୍ତୁ ନଚେତ୍ ଅଙ୍ଗନୱାଡ଼ି କେନ୍ଦ୍ରରେ ତାଲାବନ୍ଦ କରି ଆଇନର ଆଶ୍ରୟ ନେବା ସହ ଲକ୍ଷ୍ମୀପୁର ଶିଶୁ ବିକାଶ ଯୋଜନା କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମର ଲୋକେ ଧାରଣା ଦେବୁ ବୋଳି କଢ଼ା ଚେତାବନୀ ଦେଇଛନ୍ତି ।ଗ୍ରାମର ଲୋକେ।ପୂର୍ବରୁ ଏହି ଅଭିଯୋଗ ଜିଲ୍ଲା ପ୍ରଶାସନ ପାଖକୁ ଯିବା ପରେ ଆଜି ଏକ ସ୍ୱତନ୍ତ୍ର ଟିମ ଡୁମୁରିପଦର ଗାଁ ରେ ପହଂଚି ତଦନ୍ତ କରିଛନ୍ତି । ଏହି ତଦନ୍ତ ସମୟରେ ଟିମ ଗ୍ରାମବାସୀ ଙ୍କ ଆକ୍ରୋସ ର ସମ୍ମୁଖିନ ହେବାକୁ ପଡିଥିଲା। ଚୟନ ଟିମ ଅନିୟମିତତା କରିଥିବା ବେଳେ ଆଇ ସି ଡି ଏସ ବିଭାଗ ର କର୍ମଚାରୀ ଭିତିରିଆ ଭାବେ ଆର୍ଥିକ କାରବାର କରି ଚୟନ ଠିକ ଭାବେ କରାଯାଇନଥିବା ଅଭିଯୋଗ କରିଛନ୍ତି ଏନେଇଁ ସିଡିପିଓ ଙ୍କୁ ଯୋଗାଯୋଗ କରିବାରୁ ଯାହା ପଚାରିବାର ଅଛି ଉପଜିଲ୍ଲାପାଳ ବିଭାଗ ର ମୁଖ୍ୟ ତେଣୁ ତାଙ୍କୁ ପଚାରନ୍ତୁ କହି ଏଡାଇ ଯାଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ