ଲକ୍ଷ୍ମୀପୂଜା ପାଇଁ ଶାନ୍ତିଶୃଙ୍ଖଳା ପାଇଁ ପୁଲିସ ଓ କମିଟି ମଧ୍ୟରେ ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ):ପବିତ୍ର ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ହାଟଡିହି ବ୍ଲକର ଛେନାପଦି ତାରିଣୀ ବଜାର, ବଉଳା ରୋଡ, ତୁଳସୀ କମ୍ପ୍ଲେକ୍ସ, ଲକ୍ଷ୍ମୀ ବଜାର, ଟାଙ୍କି ବଜାର, ଅଣାଛକ, ଜଳକଳଙ୍ଗ, ହାଟଡିହି ହାଇସ୍କୁଲ ଛକ, ଶାଳଣିଆଁ ଆଦି ସ୍ଥାନ ମାନଙ୍କରେ ମହା ଆଡମ୍ବର ସହକାରେ ଚଳିତବର୍ଷ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେଉଥିବାବେଳେ ପୂଜା ମଣ୍ଡପ ଗୁଡିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । କାରିଗର ମାନେ ସେମାନଙ୍କ ତୂଳୀରେ ମା ଲକ୍ଷ୍ମୀଙ୍କୁ ଶେଷ ଷ୍ପର୍ଶ ଦେଉଥିବାବେଳେ ତୋରଣ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ପର୍ଯ୍ୟାୟରେ । ପୂଜା ମଣ୍ଡପ ଗୁଡିକୁ ରଙ୍ଗ ବେରଙ୍ଗର ଆକର୍ଷଣୀୟ ଆଲୋକମାଳାରେ ସଜ୍ଜିତ କରାଯାଉଛି । କରୋନା କଟକଣା ପାଇଁ ଦୁଇବର୍ଷର ବ୍ୟବଧାନ ପରେ ଚଳିତବର୍ଷ ଏହି ପୂଜା ହେଉଥିବାରୁ ପ୍ରବଳ ଜନଗହଳି ହେବାର ଆଶା କରାଯାଉଛି । ବିଶେଷକରି ଏହି ପୂଜାରେ କିପରି ଶାନ୍ତି ଶୃଙ୍ଖଳା ବଜାୟ ରଖାଯାଇ ପାରିବ ସେନେଇ ନନ୍ଦିପଦା ପୁଲିସ ପକ୍ଷରୁ ଆଜି ଶାଳଣିଆଁ ଓ ଛେନାପଦିଛକରେ ସମସ୍ତ ପୂଜା କମିଟି ସଦସ୍ୟ ମାନଙ୍କୁ ଡକାଯାଇ ବୈଠକ କରାଯାଇଛି । ଛେନାପଦି ଛକର ବିଶ୍ୱତାରିଣୀ ମନ୍ଦିର ପରିସରରେ ହାଟଡିହି, ଜଳକଳଙ୍ଗ, ଅଣାଛକ, ଛେନାପଦିଛକର ଟାଙ୍କି ବଜାର, ଲକ୍ଷ୍ମୀ ବଜାର, ତୁଳସୀ କମ୍ପ୍ଲେକ୍ସ, ତାରିଣୀ ବଜାର, ବଉଳାରୋଡ ଆଦି ପୂଜା କମିଟିର ସଦସ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ନନ୍ଦିପଦା ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ, ଏସ.ଆଇ ନରୋତ୍ତମ ଦଳେଇ, ସମାଜସେବୀ ସୁଧାଶୁଂ ଦକ୍ଷିଣରାୟ, ଛେନାପଦିଛକ ବଜାର କମିଟିର ସଭାପତି କୃଷ୍ଣଚନ୍ଦ୍ର ଜେନା, କିଶୋର ଆଚାର୍ଯ୍ୟ, ରବିନ୍ଦ୍ର କୁମାର ଜେନା, ମହେଶ୍ୱର ସା, ମନୋଜ ପାତ୍ର, ମାନସ ନାୟକ, ଭଗବାନ ନାୟକ, ପ୍ରଫୁଲ କୁମାର ବେହେରା, ବଳରାମ ମଲ୍ଲିକ, ପ୍ରଶାନ୍ତ କୁମାର ଜେନା, ଆକାଶ କୁମାର ସା, ପ୍ରମୋଦ ବିଶ୍ୱାଳ, ଦୁର୍ଯେ୍ୟାଧନ ସାହୁ, ସୁବାସ ଚନ୍ଦ୍ର ଓଝା ପ୍ରମୁଖ ଯୋଗଦେଇ ଚଳିତବର୍ଷ ଲକ୍ଷ୍ମୀପୂଜାକୁ ଶାନ୍ତି ଶୃଙ୍ଖଳାର ସହ କରାଯିବାକୁ ନିଷ୍ପତି ହୋଇଥିଲା । ପୁଲିସ ପକ୍ଷରୁ ପ୍ରତିପୂଜା ମଣ୍ଡପ ଗୁଡିକରେ ପେଟୋ୍ରଲିଂ ବ୍ୟବସ୍ଥା କରିବା ସହିତ ରୋଡ ରୋମିଓଙ୍କ ଉପରେ ସତର୍କ ଦୃଷ୍ଟି ରଖାଯିବାକୁ ନିଷ୍ପତି ହୋଇଥିଲା । ରବିବାର ଦିନ ସମସ୍ତ ପୂଜା ମଣ୍ଡପର ମୁର୍ତ୍ତୀ ବିସର୍ଜନ କରଯିବାକୁ ମଧ୍ୟ ନିଷ୍ପତି ହୋଇଥିଲା । ସେହିପରି ଶାଳଣିଆଁ ଜଳସେଚନ ବିଭାଗ ଡାକବଙ୍ଗଳାରେ ଏକ ବୈଠକ ବସି ଗଜଲକ୍ଷ୍ମୀପୂଜାକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବା ଉପରେ ଆଲୋଚନା ହୋଇଥିଲା । ବିଶେଷକରି ଏଠାରେ ଭଜନସନ୍ଧ୍ୟା, ମେଲୋଡି, ଡ୍ୟାନସ ଆଦି ପ୍ରୋଗ୍ରାମ ତôବାରୁ ପ୍ରବଳ ଜନଗହଳି ହେବାର ଆଶା କରାଯାଉଥିବାରୁ ପୂଜା କମିଟିର ସଦସ୍ୟମାନେ ଶାନ୍ତିଶୃଙ୍ଖଳା ରକ୍ଷା ଉପରେ ଗୁରୁତ୍ୱ ଦେବେ ବୋଲି ନିଷ୍ପତି ହୋଇଥିଲା । ପୁଲିସ ପକ୍ଷରୁ ମଧ୍ୟ ଆବଶ୍ୟକ ସ୍ଥାନ ମାନଙ୍କରେ ପୁଲିସ ଫୋର୍ସ ମୃତୟନ କରାଯିବାକୁ ବ୍ୟବସ୍ଥା କରାଯିବା ସମ୍ପର୍କରେ ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ ସୁଚନା ଦେଇଥିଲେ । ଏହି ବୈଠକରେ ଥାନା ଆଇଆଇସି ଗଗନ ବିହାରୀ ବିଶ୍ୱାଳ, ଏସ.ଆଇ ନରୋତ୍ତମ ଦଳେଇ, ସମାଜସେବୀ ସୁଧାଶୁଂ ଦକ୍ଷିଣରାୟଙ୍କ ସହିତ ବଜାର କମିଟି ସଭାପତି ଯୋଗେନ୍ଦ୍ର ବେହେରା, ଅନାଥ ନାୟକ, ମକରଧ୍ୱଜ ପେଡା, ପଙ୍କଜ ନାୟକ , କାଳନ୍ଦି ସାହୁ, ଶଶିକାନ୍ତ ବେହେରା, ବବୁଲ ଜେନାଙ୍କ ସମେତ ୩୦ରୁ ଉର୍ଦ୍ଧ ସଦସ୍ୟ ଯୋଗଦେଇଥିଲେ ।