ଲକ୍ଷ୍ମୀବସ୍ ପଛପଟକୁ ଧକ୍କା ଦେଲା ଚାଉଳ ବଝୋଇ ମିନିଟ୍ରକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଗୁରାଣ୍ଡି ଥାନା ଅନ୍ତର୍ଗତ ପାଟିକୋଟା ଗ୍ରାମ ଠାରେ ଲକ୍ଷ୍ମୀ ବସ୍ ପଛପଟକୁ ଏକ ଚାଉଳ ବଝୋଇ ମିନି ଟ୍ରକ ଧକ୍କା ଦେଇଛି । ତେବେ ସମସ୍ତ ଯାତ୍ରୀ ଓ ଉଭୟ ଗାଡିର ଗାଡି ଚାଳକ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଘଟଣାରୁ ପ୍ରକାଶ ଯେ, ଗୁମ୍ମାରୁ କୁଜାସିଂ ଭାୟା ପାରଳାଖେମୁଣ୍ଡି ଦେଇ ଯାଉଥିବା ଓଡ଼ି ୨୦ ସି ୫୮୩୨ ନମ୍ବର ବିଶିଷ୍ଟ ଲକ୍ଷ୍ମୀବସ୍ ପାଟିକୋଟା ଗ୍ରାମ ଠାରେ କୌଣସି କାରଣରୁ ଏହାର ପଛ ପଟେ ଓଆର ୱାଇ ୦୭ ୫୯୦୫ ନମ୍ବର ବିଶିଷ୍ଟ ଏକ ପିଡିଏସ୍ ଚାଉଳ ବଝୋଇ ମିନି ଟ୍ରକ୍ ଧକ୍କା ଦେଇଥିଲା । ଫଳରେ ବସଟିର ପଛ ପାର୍ଶ୍ବର କାଚ ଭାଙ୍ଗିଥିବା ବେଳେ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି । ସେହିପରି ଚାଉଳ ବଝୋଇ ମିନି ଟ୍ରକଟିର ସମ୍ମୁଖ ଭାଗ ଭାଙ୍ଗିରୁଜିଯାଇଛି । ସୌଭାଗ୍ୟ ବସତଃ କାହାର କିଛି କ୍ଷତି ହୋଇନଥିବାର ଜଣାପଡିଛି । ବସ୍ ଟିରେ ତିରିଶିରୁ ଉର୍ଦ୍ଧ ଯାତ୍ରୀ ରହିଥିବା ବେଳେ ଟ୍ରକରେ ଚାଳକ ଜଣେ ଥିଲେ । ଖବର ପାଇ ଗୁରାଣ୍ଡି ଥାନାର ଏସ୍ଆଇ ବଳରାମ ବେହେରା ସଦଳବଳେ ପଞ୍ଚି ତଦନ୍ତ କରିଥିବା ବେଳେ ଯାତ୍ରୀମାନଙ୍କୁ ଗନ୍ତବ୍ୟସ୍ଥଳରେ ସୁରକ୍ଷିତ ଭାବେ ପହଞ୍ଚାଇବାପାଇଁ ବ୍ୟବସ୍ଥା କରିଥିଲେ । ସେହିପରି ଗଜପତି ଜିଲ୍ଲା ଯୁବ ବିଜେଡି ସଭାପତି ଏସ୍.ଲିଙ୍ଗରାଜୁ ମଧ୍ୟ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଭୟ ବସ୍ ଓ ମିନିଟ୍ରକର ଚାଳକଙ୍କୁ ପଚାରି ବୁଝିଥିବାର ଦେଖିବାକୁ ମିଳିଥିଲା । ଦୁର୍ଘଟଣା ସମ୍ପର୍କରେ ଗୁରାଣ୍ଡି ଥାନାରେ ମାମଲା ରୁଜୁ କରାଯାଇ ଅଧିକା ତଦନ୍ତ ଚାଲୁ ରହିଥିବା ବେଳେ ଉଭୟ ଗାଡି ଏବଂ ଏହାର ଚାଳକଙ୍କୁ ଅଟକ ରଖି ପଚରାଉଚରା କରୁଥିବାର ଥାନା ସୂତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ