ଲକ୍ଷ୍ମୀସାଗରରେ ଶ୍ରୀ ଶ୍ରୀ ପତିତପାବନଙ୍କ ସ୍ନାନଯାତ୍ରା
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପୁରାଣ ବର୍ଣ୍ଣିତ ତଥା ଓଡ଼ିଶାର ଆଧ୍ୟାତ୍ମିକ ବିଶ୍ୱାସ ଓ ପରମ୍ପରା ଅନୁସାରେ ପ୍ରଚଣ୍ଡ ଗ୍ରୀଷ୍ମବକାଶ ଓ ଜଳାଭିଷେକ ଅନ୍ତିମ ଅବକାଶରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସ୍ନାନଯାତ୍ରା ହୋଇଥାଏ । ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଭୁବନେଶ୍ୱରସ୍ଥିତ ଲକ୍ଷ୍ମୀସାଗର ଶ୍ରୀ ଶ୍ରୀ ପତିତପାବନ ମନ୍ଦିରରେ ମହାପ୍ରଭୁଙ୍କ ସ୍ନାନ ସମ୍ପନ୍ନ ହୋଇଛି । ବୈଦିକ ରୀତିନୀତି ଅନୁସାରେ ଅଗଣିତ ଶ୍ରଦ୍ଧାଳୁମାନଙ୍କ ଗହଣରେ ଶଙ୍ଖ, ଘଣ୍ଟ, ମର୍ଦ୍ଦଳ ଓ ହୁଳହୁଳି ନିଦାନରେ ରତ୍ନ ସିଂହାସନରୁ ସ୍ନାନ ମଣ୍ଡପକୁ ଆଣାଯାଇ ଶ୍ରୀ ଶ୍ରୀ ପତିତପାବନ ମହାପ୍ରଭୁଙ୍କ ସ୍ନାନ ସମ୍ପନ୍ନ କରାଯାଇଛି । ସ୍ନାନ ପରେ ମହାପ୍ରଭୁ ଅଣସର ଘରେ ରହିବା ପର୍ଯ୍ୟନ୍ତ ମଲମ ଓ ଚିକିତ୍ସା ନିର୍ଦ୍ଧାରିତ ନିର୍ଘଣ୍ଟ ଅନୁସାରେ କରାଯିବାର ବ୍ୟବସ୍ଥା ହୋଇଛି । ସୁସ୍ଥ ହୋଇ ମହାପ୍ରଭୁ ଶ୍ରୀ ଶ୍ରୀ ପତିତପାବନ ଦେବ ରତ୍ନ ସିଂହାସନରେ ବିଜେ କିରବା ପର୍ଯ୍ୟନ୍ତ ଏବଂ ମହାପ୍ରଭୁଙ୍କ ସହାସ୍ୟ ମୁଖମଣ୍ଡଳ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁମାନଙ୍କର ଶ୍ରୀ ଶ୍ରୀ ପତିତପାବନ ମନ୍ଦିର ଟ୍ରଷ୍ଟ ବୋର୍ଡ଼ କମିଟିର ମୁଖ୍ୟ ପ୍ରଶାନ୍ତ କୁମାର ପରିଡ଼ା ଜଣାଇଛନ୍ତି ।