ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ବାର୍ଷିକ ଉତ୍ସବ

ହାଟଡିହି, (ବିକାଶ ବିଶ୍ୱାଳ ) :ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦ ମରୈଗାଁର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ପ୍ରତିମା ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ମୁଖ୍ୟ ବକ୍ତା ଭାବେ ଇଂରାଜି ଭାଷା ସାହିତ୍ୟର ପ୍ରାଧ୍ୟାପକ ମନୋରଞ୍ଜନ ମହାନ୍ତି ଯୋଗଦେଇ ସାହିତ୍ୟ ଅତିତ, ବର୍ତ୍ତମାନ ଓ ଭବିଷ୍ୟତର ସମ୍ପର୍କର ସେତୁ ନିର୍ମାଣର ସହାୟକ ହୁଏ ବୋଲି ମତବ୍ୟକ୍ତ କରିଥିଲେ । ସାହିତ୍ୟ ସକାରାତ୍ମକ ଦିଗକୁ ଆମନ୍ତ୍ରଣ କରିବା ସହିତ ସମସ୍ତଙ୍କ ମଙ୍ଗଳକାମନା କରେ ବୋଲି କହିଥିଲେ । ବିଶିଷ୍ଟ ସାହିତ୍ୟିକ ତଥା ଆମ ଓଡିଶାର ସମ୍ପାଦକ ସ୍ୱରାଜ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳର ଲୁକ୍କାୟିତ ପ୍ରତିଭା ମାନଙ୍କୁ ସାହିତ୍ୟ କ୍ଷେତ୍ରରେ ଆଗକୁ ଆଣିବାରେ ଓ ସେମାନଙ୍କ ପ୍ରତିଭାକୁ ବିକଶିତ କରିବାରେ ସାହିତ୍ୟ ସଂସଦ ଗୁଡିକ ବ୍ରତୀ ହେବା ଉଚିତ ବୋଲି ମତଦେଇଥିଲେ । ଉଦଘାଟକ ଭାବେ ଭାବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖକ ଡ. ରାମଚନ୍ଦ୍ର ନାୟକ ଯୋଗଦେଇ କବିତାରେ ଭାବ, ଗୁଣ ଓ ଅର୍ଥ ରହିବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନୀତ ଅତିଥିଭାବେ କବି ଡ. ଅଶୋକ ପୁହାଣ କବିର କବିତା ପଛରେ ଲୁଚି ରହିଥିବା ଦୁଖଃଭରା କାହାଣୀକୁ ଅନୁଧ୍ୟାନ କରିବା ଉଚିତ ବୋଲି ମତବ୍ୟକ୍ତ କରିବା ସହିତ କବିତା ପାଠ କର୍ମଶାଳା ଆୟୋଜନ କରିବା ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଅବସରରେ ସଂସଦର ମୁଖପତ୍ର ‘ମରୁତ ମହକ’କୁ ଅତିଥିମାନେ ଲୋକାର୍ପଣ କରିଥିଲେ । ସ୍ୱର୍ଗତ କବି ଭଗବାନ ଦାସ ସ୍ମୃତି ସମ୍ମାନ ତାଙ୍କ ନାତି ସୁଶାନ୍ତ କୁମାର ପ୍ରଧାନଙ୍କୁ ପ୍ରଦାନ କରାଯାଇଥିବାବେଳେ ସ୍ୱର୍ଗତ ଯୋଗେନ୍ଦ୍ର ଘଡେଇ ସ୍ମୃତି ସମ୍ମାନକୁ ତାଙ୍କ ସୁପୁତ୍ର ସୁଦର୍ଶନ ଘଡେଇଙ୍କୁ ଓ ସଫଳ ରକ୍ତଦାତା ଭାବେ ଦେବେନ୍ଦ୍ର କୁମାର ପହିଙ୍କୁ ସମାଜସେବା ସମ୍ମାନ ପ୍ରଦାନ କରାଯାଇଥିଲା । ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସୁଦାମ ଚରଣ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ମୁରଲୀଧର ବେହେରା, ଧ୍ରୁବାନନ୍ଦ ସେଠୀ, ଶ୍ରୀକାନ୍ତ ପଟ୍ଟନାୟକ ମାନପତ୍ର ପଠନ କରିଥିଲେ । ସଂସଦର ଉପସଭାପତି ନିର୍ମଳ ଚନ୍ଦ୍ର ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାହିତ୍ୟିକ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ ଯୋଗଦେଇ ମରୈଗାଁର ଏତିହ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିବାସହ ଲକ୍ଷ୍ମୀ ନାରାୟଣ ସାହିତ୍ୟ ସଂସଦର ନାମକରଣର ଯଥାର୍ଥତା ଉପରେ ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ଆନନ୍ଦପୁର କଲେଜର ପୁର୍ବତନ ଅଧ୍ୟକ୍ଷ ପ୍ରଧ୍ୟାପକ ରମାକାନ୍ତ ନାୟକ ଯୋଗଦେଇ ସାହିତ୍ୟରେ ଆଦର୍ଶ ଓ ମୁଲ୍ୟବୋଧ ରହିବା ଉଚିତ, ଏହା ହେଲେ ସାଧାରଣ ଲୋକେ ସାହିତ୍ୟ ପଠନ ପ୍ରତି ମନବଳାଇବେ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ କବି ହାସ୍ୟମୟୀ ରାଜ, ଶ୍ରୀକାନ୍ତ ପଟ୍ଟନାୟକ ଓ ଦାଶରଥି ଜେନାଙ୍କ ସଂଯୋଜନାରେ କବିତାପାଠୋତ୍ସବ ଅନୁଷ୍ଠିତ ହୋଇଥିଲା । ନାରାୟଣ ଚନ୍ଦ୍ର ଲେଙ୍କା, ଡ. ଅଭିନ୍ନ ଚନ୍ଦ୍ର ସାହୁ, ଅନନ୍ତ ଚରଣ ମୁଦୁଲି, ସୁଜିତ ମିଶ୍ର, ବଳରାମ ଜେନା, ରାଇ ରଞ୍ଜନ ନନ୍ଦ, ଶୁପ୍ରଜିତ ସାହୁ, ନଟବର ପ୍ରଧାନ, ବିଶ୍ୱଜିତ ରାଉତ, ଜ୍ୟୋତି ପ୍ରକାଶ ସାହୁ, ଅଭୟ କୁମାର ସାମଲ, ନରେନ୍ଦ୍ର ପ୍ରସାଦ ବେହେରା, ମାଗୁଣୀ ଚରଣ ପଣ୍ଡା, ଅଧିକାରୀ ନାୟକ, ବାଇଧର ମୁନୀ, ଗୋପବନ୍ଧୁ ସୁଆର, ଅନ୍ତର୍ଯ୍ୟାମୀ ରାଉତ, ଘନଶ୍ୟାମ ବୋଇତେଇ, ସୋମନାଥ ମାଝୀ, ଇନ୍ଦ୍ରମଣି ସେଠୀ, ବାସୁଦେବ ଜେନା, ବିଦ୍ୟୁତପ୍ରଭା ଦେଓ, ଗୋବିନ୍ଦ ଚନ୍ଦ୍ର ବାରିକ, ଜଗନ୍ନାଥ ପାତ୍ର, ଅକ୍ଷୟ କୁମାର ଜେନା, ନାରାୟଣ ଚନ୍ଦ୍ର ସାହୁ, ଦଶରଥ ସାହୁ, ଅର୍ଜୁନ ଚରଣ ବେହେରା, ଧୁମକେତୁ ଦାସ, ଆଦିକନ୍ଦ ରାମ, ନୀଳମରି ବାରିକ, ଦିପ୍ତୀ ଦେବଦର୍ଶନୀ ସୁତାର, ବନମାଳୀ ଜେନା, ଅନନ୍ତ ଦେହୁରୀଙ୍କ ସମେତ ଶତାଧିକ କବି ଓ କବୟତ୍ରୀ ଯୋଗଦେଇ କବିତା ପାଠ କରିଥିଲେ । ସଂସଦର ସଦସ୍ୟ ସଦସ୍ୟା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ