ଲକ୍ଷ୍ମୀ ପୁରାଣ

ବନ୍ଦଇ ଶ୍ରୀମହାଲକ୍ଷ୍ମୀ
ଶ୍ରୀପାଦ ଯୁଗଳ,
ଯାହାଙ୍କ ଯୋଗୁ ଜଗତେ
ଶ୍ରେଷ୍ଠ ନାରୀକୁଳ ।

ପୁରୁଷ ପ୍ରାଧାନ୍ୟ ଭାବ
ସମାଜରେ ଥିଲା,
ମାତା ଲକ୍ଷ୍ମୀଙ୍କର ହାତେ
ସମାଧାନ ହେଲା ।

ସ୍ଵଚ୍ଛ ପରିବେଶ ଦେଖି
ଶ୍ରୀୟା ଘରେ ଗଲେ,
ଅଛବ ଶ୍ରୀୟାର ଜାତି
ଲକ୍ଷ୍ମୀ ମାରା ହେଲେ ।

ଜଗନ୍ନାଥ ମା’ଲକ୍ଷ୍ମୀଙ୍କୁ
ଧିକ୍କାରୀ କହିଲେ,
ଲୁଣିଆ ଝିଅ ବାହାର
ଶ୍ରୀମନ୍ଦିରୁ ଭଲେ ।

ଲକ୍ଷ୍ମୀ ରାଗି ଚାଲିଗଲେ
ଶ୍ରୀମନ୍ଦିରୁ ଦୂରେ,
ନାନା ଅଘଟଣମାନ
ଘଟେ ଯିବାପରେ ।

କୂଟକଲେ ପଡିଦାତ୍ରୀ
ଅନ୍ନ ନ ମିଳିଲା,
ସକଳ ସମ୍ପଦ ଶ୍ରୀମନ୍ଦିରୁ
ଚାଲିଗଲା ।

ଅଲକ୍ଷ୍ମୀଙ୍କର ରାଜତ୍ବ
ସବୁଠି ବଢିଲା,
ଲକ୍ଷ୍ମୀ ବିହୁନେ ଶ୍ରୀହୀନ
ଶ୍ରୀମନ୍ଦିର ହେଲା ।

ଜଗନ୍ନାଥ ବଳରାମ
ସବୁ ବୁଝିଗଲେ,
ଶ୍ରୀମନ୍ଦିର ଫେରିଆସ
ଲକ୍ଷ୍ମୀଙ୍କୁ କହିଲେ ।

ସର୍ତ୍ତ ରଖି ବୁଝାଇଲେ
ମାତା କମଳିନୀ,
ମନ୍ଦିର ଭିତରେ ଛୁଆଁ
କେବେ ରହିବନି ।

ସ୍ଵଚ୍ଛ ପରିବେଶ ଯହିଁ
ତହିଁ ମୋ ପ୍ରବେଶ,
ଶ୍ରୀମନ୍ଦିର ପରି ଦିଶୁ
ପୁର ନଗ୍ରଦେଶ ।

ଛୁଆଁ ଅଛୁଆଁ ଭାବନା
ସମାଜରୁ ଯାଉ,
ଚଣ୍ଡାଳ ହାତୁ ବ୍ରାହ୍ମଣ
ମା”ପ୍ରସାଦ ଖାଉ ।

ସତ୍ୟ କଲେ ବେନି ଭାଇ
ଲକ୍ଷ୍ମୀଙ୍କ ସର୍ତ୍ତକୁ,
ନାରୀ ଜାତି ନୀଚ୍ଚ ଭାବ
ନ ରହୁ ଆଗକୁ ।

ସବୁ ସମାଧାନ ପରେ
ଶ୍ରୀମନ୍ଦିର ଗଲେ,
ମାର୍ଗଶୀର ଗୁରୁବାରେ
ଲକ୍ଷ୍ମୀପୂଜା କଲେ ।

ସ୍ଵଚ୍ଛ ପରିବେଶେ ସର୍ବେ
ଲକ୍ଷ୍ମୀଙ୍କୁ ପୂଜିଲେ,
ସ୍ଵଚ୍ଛ ମନ ଭାବନାରେ
ଲକ୍ଷ୍ମୀ ପ୍ରୀତ ହେଲେ ।

ଗଦାଧର ସାହୁ,କଙ୍କଡ଼ାଦ୍ଵୀପ,
ବ୍ରହ୍ମଗିରି,ପୁରୀ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ