ଲକ୍ଷ୍ମୀ ବସ ଓ ମୋଟର ସାଇକେଲ ଦୁର୍ଘଟଣାରେ ଜଣେ ଗୁରୁତର ଆହତ

ରା.ଉଦୟଗିରି, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରା. ଉଦୟଗିରି ବ୍ଲକ ଅନ୍ତର୍ଗତ ରାମଗିରି ଠାରେ ରାଜ୍ୟ ସରକାରଙ୍କ ଘରେ ଘରେ ଲକ୍ଷ୍ମୀ ଯୋଜନାରେ ପ୍ରଚଳିତ ହେଉଥିବା ଏକ ବସ ଏବଂ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ବାଇକ ଚାଳକ ଗୁରୁତର ଭାବେ ଆହତ l ଘଟଣା ପ୍ରକାରେ ଓଡି ୨୦ ସି ୫୮୨୩ ନମ୍ବର ଲକ୍ଷ୍ମୀ ବସ ଅନଘା ଗ୍ରାମପଞ୍ଚାୟତ ପଟୁ ରାମଗିରି ଆସୁଥିବା ବେଳେ ରାମଗିରି ଶ୍ରୀ ରାମେଶ୍ୱର ମନ୍ଦିର ନିକଟ ବୁଲାଣି ରାସ୍ତାରେ ରାମଗିରିରୁ ଯାଉଥିବା ଏକ ହିରୋ ସୁପର ସ୍ପ୍ଲେଣ୍ଡର ମୋଟର ସାଇକେଲ (ଓଡି ୨୦ ଏ ୩୨୪୫) ମୁହାଁମୁହିଁ ଧକ୍କା ହେବା ସହ ମୋଟର ସାଇକେଲଟି ବସ ତଳେ ପଶି ଯାଇଥିଲା ଯାହା ଫଳରେ ବାଇକ ଆରୋହୀଙ୍କ ଡାହାଣ ଗୋଡ଼ ଏବଂ ମୁଣ୍ଡରେ ଗଭୀର ଆଘାତ ଲାଗି ରାସ୍ତାରେ ଛିଟିକି ପଡ଼ିଥିଲେ l ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ମାନଙ୍କ ସହ ରାମଗିରି ଥାନା ଭାରପ୍ରାପ୍ତ ଅଧିକାରୀ ପହଞ୍ଚି ଆହତ ଜଣକୁ ଆମ୍ବୁଲାନ୍ସ ଜରିଆରେ ରାମଗିରି ପ୍ରାଥମିକ ଚିକିତ୍ସାଳୟ କୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା l ବାଇକ ଚାଳକ ହେଲେ ରାମଗିରି ଉପରସାହିର ରାମେଶ୍ୱର ଦଣ୍ଡସେନା (ଲିଟୁ )ଙ୍କ ଡାହାଣ ଗୋଡ଼ ଭାଙ୍ଗିବା ସହ ମୁଣ୍ଡରେ ଆଘାତ ଅଧିକା ଲାଗିଥିବାରୁ ଅଧିକା ଚିକିତ୍ସା ପାଇଁ ୧୦୮ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମ କେ ସି ଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ବୋଲି ଡାକ୍ତର ସାଗର ନାୟକ ସୂଚନା ଦେଇଛନ୍ତି l ଏ ନେଇ ମୋଟର ଚାଳକଙ୍କ ପରିବାର ତରଫରୁ ରାମଗିରି ଥାନାରେ ଅଭିଯୋଗ କରିଥିଲେ l କେସ ନମ୍ବର 52/23 ରେ ଏକ ମାମଲା ରୁଜୁ କରାଯାଇ ଗାଡି ଦୁଇଟିକୁ ଜବତ କରାଯାଇଛି ଏବଂ ଲକ୍ଷ୍ମୀ ବସ ଚାଳକ ଆତ୍ମସମର୍ପଣ କରିଥିବା ଥାନା ଅଧିକାରୀ ଲୋକନାଥ ବେହେରା ସୂଚନା ଦେଇଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ