ଲକ୍ଷ୍ମୀ ବସ ଡ୍ରାଇଭରଙ୍କୁ ଆକ୍ରମଣ ଘଟଣାରେ ଜଣେ ଗିରଫ

ପୋଲସରା, (ଅନିଲ କୁମାର ମହାରଣା) : ପୋଲସରା ବ୍ଲକ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ମୁଖ୍ୟମନ୍ତ୍ରୀ ବସ ସେବା (ଲକ୍ଷ୍ମୀ ବସ) ଡ୍ରାଇଭରଙ୍କୁ ଜଣେ ଯୁବକ ଆକ୍ରମଣ କରି ଫେରାର ହୋଇଯାଇଥିଲେ। ଏନେଇ ପୋଲସରା ଠାରୁ ବାହାରି ରୁମାଗଡ, ଖଣ୍ଡୁରୁ, କଳମ୍ବ , ଜକର, ବାଲିଛାଇ, ହାତୀଓଟ ପର୍ଯ୍ୟନ୍ତ ଯାଉଥିବା ଓଡି-୦୭ ଏ ଟି ୯୫୨୫ ଲକ୍ଷ୍ମୀ ବସ ଡ୍ରାଇଭର କେ.ବାଲରାଜୁ ପାତ୍ର ପୋଲସରା ପୋଲିସ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଡ୍ରାଇଭର ଶ୍ରୀ ପାତ୍ର ବସ ନେଇ ବ୍ଲକ ଛକକୁ ଯାଉଥିବା ସମୟରେ ପୋଲସରାର ଜଣେ ଯୁବକ ହଠାତ ଆସି ଗାଡିର ସମ୍ମୁଖ ଭାଗ କାଚକୁ ଆକ୍ରମଣ କରି ଭାଙ୍ଗିଥିଲେ। ଏହାର ପ୍ରତିବାଦ କରିବାରୁ କେ. ବାଲରାଜୁ ପାତ୍ରଙ୍କୁ ପଞ୍ଝା ସାହାଯ୍ୟରେ ଡ୍ରାଇଭରଙ୍କୁ ଆକ୍ରମଣ କରି ରକ୍ତାକ୍ତ କରିଥିଲେ । ଏଥିସହିତ ବସରେ କାର୍ଯ୍ୟରତ କଣ୍ଡକ୍ଟରକୁ ମଧ୍ୟ ଅଶାଳୀନ ଭାଷାରେ ଗାଳିଗୁଲଜ କରି ତାଙ୍କୁ ଜୀବନରେ ମାରି ଦେବାର ଧମକ ମଧ୍ୟ ଦେଇଥିଲେ। ଏହାର ପ୍ରତିବାଦରେ ଦୋଷୀକୁ କଠୋର ଦଣ୍ଡ ଦେଇ ନ୍ୟାୟ ପ୍ରଦାନ କରିବା ପାଇଁ ସମସ୍ତ ଲକ୍ଷ୍ମୀ ବସ କର୍ମଚାରୀ ବୃନ୍ଦ ଦାବିକରିଥିଲେ। ଏନେଇ ପୋଲସରା ପୋଲିସ ଥାନା କେଶ ନମ୍ବର ୬୪୫/୨୪ ପ୍ରକାରେ ଏକ ମାମଲା ରୁଜ୍ଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲା। ଆକ୍ରମଣ କରିଥିବା ଅଭିଯୋଗରେ ପୋଲସରା ସହରର ଟିଟୁ ବେହେରା ଓରଫ କାରିଗିଲଙ୍କୁ ଗିରଫ କରି ନଭେମ୍ବର ୦୨ ତାରିଖ ଦିନ କୋର୍ଟ ଚାଲାଣ କରାଯାଇଥିବା ପୋଲସରା ପୋଲିସ ଥାନ ଆଇଆଇସି କୌଶିକ ମାଝୀ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ