ଲକ୍ଷ୍ମୀ ହେଲେ ମୁନିଗାଡ଼ି ନାଏବ ସରପଞ୍ଚ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଆଜି ଗାଙ୍ଗପୁର ଥାନା ଅନ୍ତର୍ଗତ ମୁନିଗାଡ଼ି ପଂଚାୟତରେ ନାଏବ ସରପଞ୍ଚ ନିର୍ବାଚନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି I ଏଥିରେ ନାଏବ ସରପଞ୍ଚ ଭାବେ ଲକ୍ଷ୍ମୀ ପ୍ରଧାନ ନିର୍ବାଚିତ ହୋଇଛନ୍ତି I ପୂର୍ବରୁ ଏହି ପଂଚାୟତର ସରପଞ୍ଚ ଭାବେ ସବିତା ସ୍ୱାଇଁ ଏବଂ ସମିତିସଭ୍ୟା ଭାବେ ନମିତା ବିଷୋୟୀ ନିର୍ବାଚିତ ହୋଇଛନ୍ତି I ଆଜିର ନାଏବ ସରପଞ୍ଚ ନିର୍ବାଚନ ସମୟରେ ପଂଚାୟତ କାର୍ଯ୍ୟାଳୟରେ ସମାଜସେବୀ ସନ୍ତୋଷ କୁମାର ସ୍ଵାଇଁ, ଧୋବା ବିଷୋୟୀ, ଦିଗମ୍ବର ଜେନା, ନିଶାମଣୀ ଗୌଡ଼, ପ୍ରହଲ୍ଲାଦ ଦଳବେହେରା, ପବିତ୍ର ସ୍ଵାଇଁ, ମାନସ ବିଷୋୟୀ, ଭଗବାନ ଗୌଡ଼, ପଦ୍ମନାଭ ଗୌଡ଼, ଯୁଗଳ ପ୍ରଧାନ, ରତ୍ନାକର ସାହୁ, ରବୀନ୍ଦ୍ର ସାହୁ, ରମେଶ୍ ଚନ୍ଦ୍ର ଗୌଡ଼ ଏବଂ ସୁଦାମ ଖଟାଇ ପ୍ରମୁଖ ଉପସ୍ଥିତ ଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ