ଲକ୍ଷ୍ୟ କୋଚିଂ ସେଣ୍ଟରରେ ମା ଶାରଦାଙ୍କ ପୂଜା
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଦ୍ୟାଦାତ୍ରୀ ମା ସରସ୍ୱତୀଙ୍କ ପୂଜା ଉପଲକ୍ଷେ କଲେଜଛକ ସ୍ଥିତ ଲକ୍ଷ୍ୟ ଆବାସୀକ କୋଚିଂ ସେଣ୍ଟରରେ ବାର୍ଷିକ ମା’ ଶାରଳାଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ସକାଳେ ୭୪ତମ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜାତୀୟ ପତକା ଉତ୍ତୋଳନ କରାଯିବା ସହିତ ବାଗ୍ଦେବୀଙ୍କ ପୂଜା ସମାପନ ହେବା ପରେ ମା’ ଶାରଳାଙ୍କ ପୂଜା ଆନନ୍ଦଉଲ୍ଲାସ ସହିତ ପାଳନ କରାଯାଇଥିଲା । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଅନୁଷ୍ଠାନ ପକ୍ଷରୁ ଶ୍ରେଷ୍ଠ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ଭଜନ ସଂଗୀତରେ ୫ଜଣ ଶ୍ରେଷ୍ଠ କୃତି ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରିଚାଳକ ରଞ୍ଜନ ପଲାଇ, ଲକ୍ଷ୍ମୀଧର ପଲାଇ, ରାଜେଶ ପଣ୍ଡା, ଇଶ୍ୱର ଚନ୍ଦ୍ର ପୃଷ୍ଟି, ରଞ୍ଜନ ପ୍ରଧାନ, ପ୍ରତାପ ପ୍ରଧାନ, ସନ୍ଦିପ ଗିରି, ମାନସ ଦାସ, ଚିନ୍ମୟ ଜେନା, ଭଞ୍ଜ କୁମାର ପଲାଇ, ଶୁଭଶ୍ରୀ ରାଉତ, ରୋଜିସ୍ମିତା ସାହୁ, ରାଜନନ୍ଦିିନୀ ମହାଳିକ, ଅରବିନ୍ଦ ଲେଙ୍କା, ଭାଗ୍ୟଲକ୍ଷ୍ମୀ ପଲାଇ ପ୍ରମୁଖ ସମସ୍ତ ଛାତ୍ରଚାତ୍ରୀ, ଶିକ୍ଷକ,ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଯୋଗଦେଇ ମା’ଙ୍କ ଆର୍ଶ୍ରିବାଦ ଭିକ୍ଷା କରିଥିଲେ ।