ଲକ୍‌ଡାଉନ୍‌କୁ ମାନିଲେନି ଆତ୍ମଘୋଷିତ ମାତା

ଲକ୍ଷ୍ନୌ: କୋରୋନା ଭୂତାଣୁ ଦାଉରୁ ରକ୍ଷା ପାଇବା ସକାଶେ କେନ୍ଦ୍ର ସରକାର ସମଗ୍ର ଦେଶରେ ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ଉତ୍ତର ପ୍ରଦେଶରେ ଜଣେ ଆତ୍ମଘୋଷିତ ମାତା ଏପରି କଟକଣାକୁ ମାନିନାହାନ୍ତି। ବରଂ ସର୍ବସାଧାରଣରେ ଖଣ୍ଡା ବୁଲାଇ ଏହି ଆତ୍ମଘୋଷିତ ମାତା ମା’ ଆଦି ଶକ୍ତି ଗିରଫ ହୋଇଛନ୍ତି। ତାଙ୍କ ସହ ଆହୁରି ୧୨ ଜଣ ସମର୍ଥକଙ୍କୁ ବି ମଧ୍ୟ ସ୍ଥାନୀୟ ପୋଲିସ୍ ଗିରଫ କରିଥିବା ଜଣାପଡ଼ିଛି। ଉକ୍ତ ମାତା ଜଣକ ତାଙ୍କର ସମର୍ଥକମାନଙ୍କୁ ନେଇ ବୁଧବାର ପୂର୍ବାହ୍ନରେ ଏକ ଧାର୍ମିକ କାର୍ଯକ୍ରମର ଆୟୋଜନ କରିବା ସହ ସେଠାରେ ଖଣ୍ଡା ବୁଲାଇଥିଲେ। ପୋଲିସ୍ ଏନେଇ ସୂଚନା ପାଇବା ପରେ ତୁରନ୍ତ ପୂର୍ବ ଉତ୍ତର ପ୍ରଦେଶର ଦେଓରିଆ ଜିଲ୍ଲା ଅନ୍ତର୍ଗତ ମେହୱା ପୁଡ୍ୱା ଅଞ୍ଚଳରେ ଚଢ଼ାଉ କରିବା ସହ ସମୁଦାୟ ୧୩ ଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ଏ ସଂକ୍ରାନ୍ତରେ ଦେଓରିଆ ଏସପି ଶ୍ରୀପତ୍ ମିଶ୍ରା କହିଛନ୍ତ ଯେ ଚୈତ୍ର ନବରାତ୍ରୀ ଅବସରରେ ଉକ୍ତ ଆତ୍ମଘୋଷିତ ମାତା ଜଣକ ତାଙ୍କର ସମର୍ଥକମାନଙ୍କୁ ଏକାଠି କରି ସତସଙ୍ଗ ଚଳାଇଥିଲେ। ଏ ସଂକ୍ରାନ୍ତରେ ଖବର ପାଇ ଆମେ ସେଠାରେ ପହଞ୍ଚି ଯେହେତୁ ସବୁଠି ୧୪୪ ଧାରା ଜାରି ହୋଇଛି, ତେଣୁ ସମସ୍ତ ଭକ୍ତଙ୍କୁ ନିଜ ନିଜ ଘରକୁ ଚାଲିଯିବାକୁ କହିଥିଲୁ। କିନ୍ତୁ ଉକ୍ତ ମାତା ଜଣକ ଏଥିରେ ଉତ୍ତକ୍ତ ହୋଇ କଦାପି ତାଙ୍କ ସତସଙ୍ଗ ଭାଙ୍ଗିବେ ନାହିଁ ବୋଲି କହିଥିଲେ। ଅଧିକନ୍ତୁ ସେ ଏକ ବଡ଼ ଖଣ୍ଡା ମଧ୍ୟ ବୁଲାଇ ପୋଲିସକୁ ଘଉଡ଼ାଇ ଦେବାକୁ ଉଦମ କରିଥିଲେ। ଏପରି ସ୍ଥିତିରେ ଶେଷରେ ପୋଲିସ୍ ସମସ୍ତ ଭକ୍ତଙ୍କୁ ଲାଠିଚାର୍ଜ ପୂର୍ବକ ସେଠାରୁ ଘଉଡ଼ାଇ ଦେବା ସହ ଉକ୍ତ ମାତାଙ୍କ ସହ ସମୁଦାୟ ୧୩ ଜଣଙ୍କୁ ଗିରଫ କରି ଏକ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ ଆଇପିସିର ନିର୍ଦ୍ଦିଷ୍ଟ ଧାରା ଲଗାଯାଇଥିବା ବେଳେ ଖୁବଶୀଘ୍ର ଜେଲ୍ ପଠାଯିବ ବୋଲି ମିଶ୍ରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ