ଲକ୍‌ଡାଉନ୍‌ରେ ଚାଲିଛି ସିଂହମ୍‌-୩ର ପ୍ରସ୍ତୁତି

ମୁମ୍ବାଇ : ମହାମାରୀ କୋରୋନା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ପରିସ୍ଥିତି। ବଲିଉଡ ମଧ୍ୟ ବିଶ୍ରାମ ନେଉଛି। ଏଇ ସମୟରେ ଶୁଟିଂ ବାତିଲ୍‌ ହୋଇଯାଇଛି। ନିର୍ଦେଶକ, କଳାକାରମାନେ ଘରେ ରହିଥିବା ବେଳେ ପରସ୍ପର ମଧ୍ୟରେ ଭିଡିଓ କଲିଂ କରି ସମୟ ଅତିବାହିତ କରୁଛନ୍ତି। ଏ ବାବଦରେ ପ୍ରଶଂସକଙ୍କୁ ସୋସାଲ ସାଇଟ୍‌ ଜରିଆରେ ବାର୍ତ୍ତା ଦେଉଛନ୍ତି। ନିକଟରେ ନିର୍ଦେଶକ ରୋହିତ ସେଟ୍ଟି ପ୍ରକାଶ କରିଛନ୍ତି, ଏଇ ସମୟରେ ସେ ସିଂହମ୍-୩ର କାହାଣୀ ଶେଷ କରିବେ।
ଏହା ମଧ୍ୟରେ ସିଂହମ୍-୩ ପାଇଁ ଅଜୟ ଦେବଗନ୍‌ଙ୍କ ସହ ବାର୍ତ୍ତାଳାପ କରି ଚୁକ୍ତି କରିନେଇଥିବାର ରୋହିତ ଉଲ୍ଲେଖ କରିଛନ୍ତି। ତାଙ୍କ ମତରେ ସିଂହମ୍ ଚରିତ୍ର ନିମନ୍ତେ ସେ ଅନ୍ୟ କଳାକାରଙ୍କୁ ସୁଯୋଗ ଦେବାକୁ ସ୍ବପ୍ନରେ ସୁଦ୍ଧା ଭାବିବେ ନାହିଁ। କାରଣ ଅଜୟ ହିଁ ସମଗ୍ର ଭାରତବର୍ଷ ପାଇଁ ସିଂହମ୍‌ ହୋଇସାରିଛନ୍ତି। ୨୦୨୧ରେ ଏଇ ଚଳଚ୍ଚିତ୍ରର ଶୁଟିଂ ଆରମ୍ଭ ହେବାର ଯୋଜନା ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ