ଲକ୍‌ଡାଉନ୍‌ ଅବଧିକୁ ୧୪ ଦିନ ବଢାଇଲେ ପଞ୍ଜାବ ସରକାର

ଚଣ୍ଡୀଗଡ : ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମାପ୍ତ ହେବାକୁ ବସିଥିବା ବେଳେ ଦ୍ବିତୀୟ ରାଜ୍ୟଭାବରେ ଲକ୍‌ଡାଉନ୍‌ ଅବଧିକୁ ୧୪ ଦିନ ବଢାଇ ଦେଇଛନ୍ତି । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ବୁଧବାର ଏହି ଘୋଷଣା କରିଛନ୍ତି । ଏହା ସହିତ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ଦୈନିକ ୪ ଘଣ୍ଟାର ରିହାତି ପ୍ରଦାନ କରାଯିବ । ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ କରାଯିବ ଏବଂ ଏହି ସମୟରେ ଲୋକ ଜରୁରୀ କାଳୀନ ସାମଗ୍ରୀ କ୍ରୟ କରି ପାରିବେ । ତେବେ ଏହି ସମୟରେ ସୋସିଆଲ ଡିଷ୍ଟାନ୍ସିଂକୁ ବଳବତ୍ତର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପ୍ରଥମ ରାଜ୍ୟ ଭାବରେ ପଶ୍ଚିମବଙ୍ଗ ମେ ୨୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧିକୁ ବଢାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ