ଲକ୍ଡାଉନ୍ ବେଳେ ଚୋରା ଦେଶୀମଦ କାରବାର, ୫ ମହିଳା ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ଲକ୍ଡାଉନ୍ ବେଳେ ଚୋରା ମଦ କାରବାରକୁ ରୋକିବା ପାଇଁ ଜିଲ୍ଲାପାଳ ଅନୁପମ ସାହା ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଆଦେଶ କ୍ରମେ ଅବକାରୀ ନିରୀକ୍ଷକ ପଦ୍ମଚରଣ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ଚଢାଉ ଜାରି ରହିଛି । ପାରଳାଖେମୁଣ୍ଡିର ଜାଗିଲି ସାହି ଠାରେ ଚଢାଉ କରାଯାଇଥିଲା । ୫ଜଣ ମହିଳା ଦେଶୀ ମହୁଲିମଦ ଚୋରା କାରବାର କରୁଥିବା ବେଳେ ଅବକାରୀ ଦଳ ଏମାନଙ୍କୁ ଗିରଫ କରିଥିଲେ । ଏହି୫ଜଣ ମହିଳାଙ୍କ ବିରୁଦ୍ଧରେ ୭ଗୋଟି ମାମଲା ଅବକାରୀ ବିଭାଗ ରୁଜୁ କରିଛି । ଗିରଫ ହୋଇଥିବା ମହିଳାମାନେ ହେଲେ ବିଶିକା ମହାଙ୍କୁଡ, କଲ୍ୟାଣୀ ଆମ୍ମା, ଆଇ. ଆଭାଦ୍ରା, ଜି.ଜ୍ୟୋତି ଓ ଜି.ଗୌରୀଆମ୍ମା । ଏହି ଚଢାଉରୋ ମୋଟ ୨୩୦ ଲିଟର ଦେଶୀ ମହୁଲୀମଦ ଜବତ କରାଯାଇ ସାମ୍ପୁଲକୁ କେମିକାଲ ଟେଷ୍ଟପାଇଁ ବ୍ରହ୍ମପୁର ପଠା ଯାଇଥିବାର ସୁଚନା ମିଳିଛି । ଏହି ଚଢାଉରେ ଏସ୍.ଆଇ. ରବୀନ୍ଦ୍ରନାଥ ପ୍ରଧାନ, ଏ.ଏସ୍.ଆଇ. ଚିତ୍ତ ରଂଜନ ଜେନା ପ୍ରମୁଖଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ଉପସ୍ଥିତଥିଲେ ।