ଲକ୍‌ଡାଉନ୍ ବେଳେ ୧୬ହଜାର ଲିଟର ପୋଚ ଓ ରନ୍ଧା ମଦ ଜବତ

ପାରଳାଖେମୁଣ୍ଡି (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଅନୁପମ ଶାହା ଓ ଜିଲ୍ଲା ଏସପି ସାରା ଶର୍ମାଙ୍କ ନିର୍ଦ୍ଦେଶ କ୍ରମେ ସାରା ଜିଲ୍ଲାରେ ଲକ୍‌ଡାଉନ୍‌କୁ କଡାକଡି ଭାବେ ପାଳନ କରାଯାଉଛି । ଏଥିରେ ଚୋରାମଦ କାରବାରକୁ ଜବତ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥି ଅନୁଯାୟୀ ମୋହନା ଓ ଗାରବନ୍ଧ ଥାନା ଅଞ୍ଚଳରୁ ଚୋରା ମହୁଲୀ ପୋଚ ଓ ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଥିବାର ଜଣାପଡିଛି । ଜିଲ୍ଲା ପୋଲିସ ପକ୍ଷରୁ ଲକ୍‌ଡାଉନ୍ ଯୋଗୁଁ ବିଭିନ୍ନ ସ୍ଥାନରେ ଚୋରା ମଦ ବ୍ୟବସାୟୀଙ୍କ ଉପରେ ଚଢାଉ କରାଯାଇଛି । ମୋହନା ଥାନା ଅନ୍ତର୍ଗତ ଡେପଗୁଡା ପଞ୍ଚାୟତର ଗୋଠକେଳୀ ଗ୍ରାମାଞ୍ଚଳ ତଥା ଗଂଜାମ ଜିଲା ସୀମାନ୍ତ ଅଞ୍ଚଳରେ ଚଢାଉ କରାଯାଇ ୧୬ହଜାର ୮୦ଲିଟର ପୋଚ ଓ ୮୦ଲିଟର ଦେଶୀ ରନ୍ଧା ମଦ ଜବତ କରାଯିବା ସହ ସେଗୁଡିକୁ ନଷ୍ଟ କରାଯାଇଛି । ସେହିପରି ଗାରବନ୍ଧ ଥାନା ପକ୍ଷରୁ ବୁରୁଝଲୀ, ସାନବୁରଝଲୀ, ବୁରୁଗାଓଁ ଇତ୍ୟାଦି ଗ୍ରାମାଞ୍ଚଳରେ ଚଢାଉ କରାଯାଇ ୨୫ଶହ ଲିଟର ମହୁଲୀ ପୋଚ ଜବତ କରାଯାଇ ନଷ୍ଟ କରାଯାଇଥିବା ଜିଲ୍ଲା ପୋଲିସ ସୂତ୍ର ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ