ଲକ୍‌ ଡାଉନ୍‌ର ସୁଫଳ ମିଳିଛି : କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ

ନୂଆଦିଲ୍ଲୀ : କରୋନା ଅପଡେଟ୍‌ ନେଇ ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲଙ୍କ ସୂଚନା । ଗତକାଲି ଗୋଟିଏ ଦିନରେ କରୋନାରେ ୪୦ ଜଣଙ୍କ ମୃତ୍ୟୁଘଟିଛି । ଏଯାବତ୍‌ ଦେଶରେ ମୋଟ ୭୪୪୭ କରୋନା ଆକ୍ରାନ୍ତ ଚିହ୍ନଟ । ଗତକାଲି ଗୋଟିଏ ଦିନରେ ୧୦୩୫ ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଗତକାଲିର ୪୦ ମିଶାଇ ଏଯାବତ୍‌ ଦେଶରେ ୨୩୯ ଜଣଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ । ସେହିପରି ଏଯାବତ୍‌ ୬୪୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେଣ ବୋଲି ସୂଚନା ରହିଛି ।
ସେହିପରି ଦେଶବ୍ୟାପୀ ଲକ୍‌ ଡାଉନ୍‌ର ସୁଫଳ ମିଳିଛି ବୋଲି କହିଛନ୍ତି ଲବ୍‌ ଅଗ୍ରଓ୍ବାଲ । ଲକ୍‌ ଡାଉନ୍‌ କରିନଥିଲେ ଅବସ୍ଥା ଅସମ୍ଭାଳ ହୁଅନ୍ତାଣି ବୋଲି କହିଲେ ଲବ୍‌ । ପ୍ରଥମେ ଜନତା କର୍ଫ୍ୟୁ, ତା’ପରେ ଲକ୍‌ ଡାଉନ୍‌ ଘୋଷଣା ହୋଇଛି । ଲକ୍‌ ଡାଉନ୍‌ ଯୋଗୁଁ ରୋଗ ବ୍ୟାପିନି, ଆକ୍ରାନ୍ତ ୭ ହଜାରରେ ସୀମିତ ଅଛି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ । ଲକ୍‌ ଡାଉନ୍‌ ହୋଇନଥିଲେ ଏଯାଏ ୨ ଲକ୍ଷ ଆକ୍ରାନ୍ତ ହୋଇସାରନ୍ତେଣି ବୋଲି କହିଛନ୍ତି ସ୍ବାସ୍ଥ୍ୟ ସଚିବ । ସେହିପରି ଲକ୍ ଡାଉନ୍‌, କଣ୍ଟେନମେଣ୍ଟ ଜୋନ୍‌ ଆଦି ବିଶେଷ ଫଳପ୍ରଦ ହୋଇଛି ।
ଏଯାଏ ଦେଶରେ ୫୮୬ କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ୫୮୬ ହସ୍ପିଟାଲରେ ୧ ଲକ୍ଷ ଶଯ୍ୟା, ୧୧, ୫୦୦ ଆଇସିୟୁ ରହିଛି । ସେହିପରି ଦେଶରେ ପର୍ଯ୍ୟାପ୍ତ ପରିମାଣର ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ମହଜୁଦ୍‌ ଅଛି ବୋଲି ଯୁଗ୍ମ ସଚିବ ଲବ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି । ଦେଶରେ ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ର ଆବଶ୍ୟକତା ରହିଛି। ୧ କୋଟି ହାଇଡ୍ରୋକ୍ସି କ୍ଲୋରୋକୁଇନ୍‌ ଆବଶ୍ୟକ ଥିବାବେଳେ ଆମ ପାଖରେ ୩.୨୦ କୋଟି ମହଜୁଦ୍‌ ଅଛି। ଏହା ଛଡା କିଛି ପ୍ରାଇଭେଟ୍‌ ଫାର୍ମା କମ୍ପାନୀ ପାଖରେ ପ୍ରଚୁର ପରିମାଣରେ ଏହା ମହଜୁଦ୍ ଅଛି । ତେବେ ଏହାକୁ କେହି ମନଇଚ୍ଛା ଖାଆନ୍ତୁନି ବୋଲିପୁଣି କହିଲା ଆଇସିଏମ୍‌ଆର୍‌। ମନଇଚ୍ଛା ଖାଇବାକୁ ମନା କଲେ ଆଇସିଏମ୍‌ଆର୍‌ ନିର୍ଦ୍ଦେଶକ ରମଣ ଗଙ୍ଗାଖେଡକର । ନିର୍ଦ୍ଦିଷ୍ଟ ନିଷ୍ପତ୍ତିରେ ଉପନୀତ ନ ହେବା ଯାଏ ଆମେ ଏହାକୁ ଖାଇବାକୁ କହିବୁନି। ସବୁ ଔଷଧ ପରି ଏହାର ମଧ୍ୟ ପାର୍ଶ୍ବ ପ୍ରତିକ୍ରିୟା ରହିଛି ବୋଲି କହିଛନ୍ତି ନିର୍ଦ୍ଦେଶକ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ