ଲକ୍ ଡ଼ାଉନରେ ଘରୁ ନ ବାହାରିବା ପାଇଁ ଶପଥ ପାଠ
କୋଦଳା,(ଗୁଲସନ୍ କୁମାର କର): ସାରା ବିଶ୍ଵରେ କୋରନା ଭାଇରସ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଭାରତରେ ମଧ୍ୟ ଦିନକୁ ଦିନ ତୀବ୍ର ବେଗରେ ଲୋକମାନେ କୋରନା ସଂକ୍ରମଣରେ ଆକ୍ରାନ୍ତ ହେଉଛନ୍ତି। ଏଣୁ ପ୍ରଥମେ ଜନତା କର୍ଫ୍ୟୁ ପରେ ଏ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାରା ଭାରତକୁ ୨୧ ଦିନିଆ ଲକ୍ ଡାଉନ ଘୋଷଣା କରିଛନ୍ତି। ଏନେଇ ସମସ୍ତ ଗ୍ରାମଞ୍ଚଳ ସହ ସହରକୁ ମଧ୍ୟ ପ୍ରଶାସନ ଓ ପୋଲିସ ଦ୍ୱାରା ସଚେତନ କରାଯାଉଛି। ସେହିଭଳି ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମଠବ୍ରହ୍ମପୁର ଗ୍ରାମରେ ମଧ୍ୟ ଅଙ୍ଗନବାଡି କର୍ମୀ ମିନତୀ ମହାନ୍ତିଙ୍କ ତତ୍ତ୍ୱବଧାନରେ ଗ୍ରାମର ଲୋକମାନଙ୍କୁ ସଚେତନ କରି ଶପଥ ପାଠ କରାଯାଇଥିବା ଦେଖିବାକୁ ମିଳିଛି। କିଭଳି ଏତକ ଦିନ ଘରୁ ନ ବାହାରିବା ସହ ଘର ଲୋକଙ୍କୁ ମଧ୍ୟ ବାହାରକୁ ନ ଛାଡିବା,ସାବୁନ୍ ରେ ହାତ ଭଲରେ ଧୋଇବା, ମାସ୍କ ବ୍ୟବହାର କରିବା ସହ ସାମାଜିକ ଦୂରତା ବଜାୟ ରଖି ରାଜ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ପାଳନ କରିବେ ଯଦ୍ବାରା କୋରନା ଜୀବାଣୁ ଠୁ ସମସ୍ତେ ଦୁରେଇ ରହିପାରିବେ।


