ଲକ୍ ଡ଼ାଉନ୍ ନିୟମ ଅମାନ୍ୟ କରି ଅମାନିଆ ଗଣିଲେଣି ୩୩,୯୦୦ଟଙ୍କା ତଣ୍ଡ

ବେଲଗୁଣ୍ଠI, (ଶିବରାମ ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ କରୋନା ଦିନକୁଦିନ ତାର କାୟା ବିସ୍ତାର କରିଚାଲିଛି I ପ୍ରବାସୀଙ୍କ ଠାରେ ଚିହ୍ନଟ ପରେ ବର୍ତ୍ତମାନ ଏହା ସଙ୍ଗରୋଧ କେନ୍ଦ୍ର ବାହାରେ ବି ଚିହ୍ନଟ ହେଲାଣି I ବିଭିନ୍ନ ଜାଗାରେ ଏହା ଗୋଷ୍ଠୀ ସଂକ୍ରମଣର ରୂପ ନେଲାଣି I ଏହି ଭୟାବହତାକୁ ଏଡାଇବା ତଥା ନିୟନ୍ତ୍ରଣରେ ରଖିବା ପାଇଁ ଗଞ୍ଜାମ ଜିଲ୍ଲାପାଳ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଜିଲ୍ଲାକୁ ମଧ୍ୟାହ୍ନ ୧୨ ଟାରୁ ସକାଳ ୭ ଟା ପର୍ଯ୍ୟନ୍ତ ସଂପୂର୍ଣ୍ଣ ସଟ୍ ଡ଼ାଉନ୍ ଘୋଷଣା କରିଛନ୍ତି I ତା ସହ ସକାଳ ୭ ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକୀୟ ଜିନିଷ ପରିବା, ଗ୍ରୋସୋରୀ ,କ୍ଷୀର, ଆମିଷ ଓ ଔଷଧ ଦୋକାନ ଖୋଲିବା ପାଇଁ ଅନୁମତି ଦେଇଛନ୍ତି I ଆଜି ଆବଶ୍ୟକ ନ ଥାଇ କିଛି ଅମାନିଆ ଗାଡ଼ିରେ ବୁଲୁଥିବା ବେଳେ ଏମାନଙ୍କ ଠାରୁ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା ୧୭୭୦୦ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ଏନଏସି ନିର୍ବାହୀ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଧରଣି ଧର ବେହେରା ୧୬୨୦୦ ଟଙ୍କା ଜରିମାନା ଆଦାୟ କରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ