ଲକ୍ ଡାଉନ୍‌ପରେ ପାରାଦ୍ୱୀପକୁ ଫେରିବାକୁ ଆବେଦନ କରିଛନ୍ତି ୧୨୦ଜଣ

ପାରାଦ୍ୱୀପ (ପୀତବାସ ପ୍ରଧାନ) : ସଂପ୍ରତି କରୋନା ସ୍ଥିତିକୁ ନେଇ ସରକାର ବହୁବିଧ ପଦକ୍ଷେପ ମାନ ନେଉଛନ୍ତି । ପ୍ରଥମ ରାଜ୍ୟ ଭାବେ ଓଡିଶା ନିଜ ରାଜ୍ୟର ଛାତ୍ରଛାତ୍ରୀ, ଶ୍ରମିକ ଓ ତୀର୍ଥଯାତ୍ରୀ ମାନଙ୍କୁ ଫେରାଇ ଆଣିବା ପାଇଁ ପଦକ୍ଷେପ ନେଇଛି । ଓଡିଶା ବାହାରେ ଥିବା ଛାତ୍ରଛାତ୍ରୀ, ଶ୍ରମିକ ଓ ତୀର୍ଥଯାତ୍ରୀ ମନଙ୍କୁ ଓଡିଶା ଫେରିବାକୁ ହେଲେ ସେମାନଙ୍କ ପରିବାର ର କେହି ସଦସ୍ୟ ପଂଜୀକରଣ କରାଇବେ । ପଂଜୀକରଣ କୁ ବାଧ୍ୟତାମୂଳକକ କରିଥିବା ରାଜ୍ୟ ସରକାର ଉଭୟେ ଅନଲାଇନ୍ ଓ ଅଫଲାଇନ୍‌ରେ ଆବେଦନ କରିପାରିବେ ବୋଲି ନିୟମ ରହିଛି । ଗାଁ ଠାରୁ ସହର ସବୁଠି ଏହି ନିୟମ ଲାଗୁ ହୋଇଛି । ଏହି କାର୍ଯ୍ୟକ୍ରମରେ ପାରାଦ୍ୱୀପ ପୌରପାଳିକା ଅଞ୍ଚଳରେ ମଧ୍ୟ ଏହି ନିୟମ ପାରାଦ୍ୱୀପ ପୌରପାଳିକା ଅଞ୍ଚଳରେ ମଧ୍ୟ ଏହି ନିୟମ ଲାଗୁ ହେବା ପରେ ପାରାଦ୍ୱୀପ ବାହାରେ ଥିବା ବ୍ୟକ୍ତି ମାନେ ପଂଜୀକରଣ ଆରମ୍ଭ କରି ଦେଇଛନ୍ତି । ବୁଧବାର ଦିନ ସୁଦ୍ଧା ପାରାଦ୍ୱୀପ ପୌର ପାଳିକାରେ ୧୨୦ଜଣ ଆବେଦନକାରୀ ପଂଜୀକରଣ କରିଥିବା ପୌର ନିର୍ବାହୀ ଅଧିକାରୀ ଦିଲ୍ଳୀପ କୁମାର ମହାନ୍ତି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି । ପାରାଦ୍ୱୀପ ପୌରପାଳିକା କାର୍ଯ୍ୟାଳୟରେ ଏଥିନିମନ୍ତେ ସ୍ୱତନ୍ତ୍ର କାର୍ଯ୍ୟାଳୟ ଖୋଲା ଯାଇଛି । ପାରାଦ୍ୱୀପ ସହରବାସୀ ଏହାର ସୁବିଧା ନେବାକୁ ନିର୍ବାହୀ ଅଧିକାରୀ କହିଛନ୍ତି । ପଂଜୀକରଣ ପରେ ପାରାଦ୍ୱୀପକୁ ଫେରିବାକୁ ଥିବା ଲୋକମାନଙ୍କୁ କ୍ୱାରେନଟାଇନ୍‌ରେ ରଖିବାର ବ୍ୟବସ୍ଥା କରାଯାଇଥିବା ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ