ଲକ୍ ଡାଉନ୍ ଉଲଘଂନ ପାଇଁ ଜୋରିମନା ଆଦାୟ
କୋଦଳା :କରୋନା ଆଲର୍ଟକୁ ନେଇ ଏବେ ଲକ୍ ଡାଉନ୍ ଥିବା ବେଳେ ସଚେତନ ହେଉ ନାହାଁନ୍ତି ଲୋକେ ।ଗଂଜାମ ଜିଲ୍ଲା କୋଦଳା ଏନଏସି, ବେଗୁନିଆପଡ଼ା, ବ୍ଲକରେ ଏନେଇ ବହୁ ସଚେତନତା ସତ୍ତ୍ବେ କିଛି ଲୋକେ ସୁଧୁରୁ ନଥିବା ଦେଖିବାକୁ ମିଳିଛି। ସୋମବାର କୋଦଳା ଥାନା ପୋଲିସ ଦ୍ୱାରା ଲକ୍ ଡାଉନ ସମୟ ରେ ବଜାର କୁ ଆସିଥିବା କିଛି ଅମାନିଆ ବାଇକ ଚାଳକ ମାନଙ୍କ ଠାରୁ ଫାଇନ ଆଦାୟ କରାଯାଇଛି ।ବାରମ୍ବାର ତାଗିଦ୍ ପରେ ବି ବିନା କାରଣରେ କିଛି ବାଇକ୍ ଚାଳକ ବୁଲୁଥିବା ସମୟରେ କୋଦଳା ପୋଲିସ ଦ୍ୱାରା ୧୪ ଜଣ ବାଇକ ଆରୋହୀଙ୍କ ଠାରୁ ୭ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି। ପୋଲିସ୍ ର କହିବା ଅନୁସାରେ ଏହି ବାଇକ ଚାଳକ ମାନେ ବିନା କାମରେ ଲକ୍ ଡାଉନ ନିୟମ ଭାଙ୍ଗି ବଜାରକୁ ଆସିଥିଲେ ।


