ଲକ୍ ଡାଉନ୍ ପ୍ରଭାବ:ବିଧାୟକଙ୍କ ହସ୍ତକ୍ଷେପ ପରେ ମୋଟରସାଇକଲ୍ ରେ ନିଜ ଘର ପଶ୍ଚିମବଙ୍ଗ ଗଲେ ୧୩ ବୁଲା ବିକାଳୀ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ):ଦେଶ ସାରା ଲକ୍ ଡାଉନ ହୋଇଥିବା ବେଳେ ବାହାର ରାଜ୍ୟରୁ ଓଡ଼ିଶା ଆସି ବିଭିନ୍ନ ପ୍ରକାର ବ୍ୟବସାୟ କରି ପ୍ରତିପୋଷଣ କରୁଥିବା ବୁଲା ବିକାଳୀ ମାନଙ୍କ ଅବସ୍ଥା ସାଂଘାତିକ ।ବେଲଗୁଣ୍ଠା ରେ ରହୁଥିବା ୧୩ ଜଣ ବୁଲା ବିକାଳୀ ଇନାମୁଲ୍ ହକ୍,ମାୟୁନୁଲ୍ ଇସଲାମ୍,ମାତିର୍ ରେହମାନ୍,ମହମଦ ତରିକୁଲ୍,ହୁମାୟୁନ, ସୋହେଲ୍ ଅକତାର,ମହମଦ ମସ୍ରାକୁଲ,ମହମଦ ବାରିକୁଲ୍,ସଦାମ ହୁସେନ୍,ମହମ୍ମଦ ଅବଜାର,ଦିଲବାର ଅଲ୍ଲୀ, ମାଝ୍ଅରୁଲ୍ ଇସ୍ଲାମ୍,ଅନସୁର ରେହମାନ୍ ଙ୍କ ଘର ପଶ୍ଚିମବଙ୍ଗ ଓ ବିହାର ର ବିଭିନ୍ନ ସ୍ଥାନରେ ।ସେମାନେ ଦୈନିକ ଗାଁ ଗାଁ ବୁଲି ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରନ୍ତି ।କିନ୍ତୁ ଲକ୍ ଡାଉନ୍ ପରେ ତାଙ୍କ ବ୍ୟବସାୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି ।ଫଳରେ ଏଠାରେ ଚଳିବା ତାଙ୍କର ଅତ୍ୟନ୍ତ କଷ୍ଟକର ହୋଇପଡିଥିଲା ।ଧାର କରଜ କରି କିଛି ଦିନ ଚଳିଗଲେ ।ନିଜ ପିଲାଛୁଆଙ୍କୁ ଗାଁ ରେ ଛାଡ଼ି ଦେଇଥିବାରୁ ଏବଂ କୌଣସି ଗାଡି ମଟର,ଟ୍ରେନ ଯାଉନଥିବା କାରଣରୁ ନିଜ ନିଜ ବାଇକରେ ସେମାନେ ପଶ୍ଚିମବଙ୍ଗ ଯିବା ପାଇଁ ସ୍ଥାନୀୟ ପ୍ରଶାସନ ର ଅନୁମତି ଲୋଡିଥିଲେ ।କିନ୍ତୁ ସ୍ଥାନୀୟ ପ୍ରଶାସନ ବାଇକରେ ଯିବା ବିପଦସଙ୍କୁଳ ବୋଲି ପ୍ରଥମେ ଅନୁମତି ଦେଇନଥିଲେ । ସେଠାରୁ ନିରାଶ ହେବା ପରେ ସେମାନେ କୌଣସି ମତେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ହସ୍ତକ୍ଷେପ ଲୋଡି ତାଙ୍କ ସାହାଯ୍ୟ ମାଗିଥିଲେ ।ବିଧାୟକ ଶ୍ରୀ ସ୍ୱାଇଁ ତାଙ୍କ ଅସୁବିଧା କୁ ହୃଦୟଙ୍ଗମ କରି ନିଜେ ଲିଖିତ ଆକାରରେ ସେମାନଙ୍କୁ ଅନୁମତି ଦେବା ପାଇଁ ବେଲଗୁଣ୍ଠା ପ୍ରଶାସନ ତଥା ଭଞ୍ଜନଗର ଥାନାଧିକାରୀଙ୍କୁ କହିଥିଲେ ।ଫଳରେ ଭଞ୍ଜନଗର ଥାନାଧିକାରୀ ସେମାନଙ୍କୁ ଲିଖିତ ଆକାରରେ ୨୭ ତାରିଖରେ ଅନୁମତି ଦେଇଥିଲେ ।ଫଳରେ ସେମାନେ ଆଜି ସକାଳ ୩ଟାରୁ ନିଜ ନିଜ ଟିଭିଏସ୍ ଏକ୍ସେଲ୍ ରେ ନିଜ ରାଜ୍ୟ ପଶ୍ଚିମ ବଙ୍ଗ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି ।ଏ ନେଇ ସେମାନେ ସୋରଡା ବିଧାୟକ ତଥା ସ୍ଥାନୀୟ ପ୍ରଶାସନକୁ ସାଧୁବାଦ ଜଣାଇଛନ୍ତି

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ