ଲକ୍ ଡାଉନ୍ ରେ ନିଜ ନିଜ ଘରେ ରହି ଅନ୍ ଲାଇନ୍ ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କଲା ୟୁରୋକିଡ୍‌ସ ପ୍ରି ସ୍କୁଲ

ଛତ୍ରପୁର (ଓ୍ବାଇଏନ୍ଏସ୍) : କରୋନା ମହାମାରୀରୁ ଦୁରେଇ ରହିବା ଓ ଏହାର ମୁକାବିଲା କରିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ କରି ଆସୁଛନ୍ତି । ଲୋକେ କିପରି ଏସଂକ୍ରମଣରୁ ରକ୍ଷା ପାଇପାରିବେ ସେଥି ନିମନ୍ତେ ଲକ୍ ଡାଉନ୍ ଘୋଷଣା କରାଯାଇଛି । ଏହା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ କାର୍ଯ୍ୟାଳୟ ବନ୍ଦ କରାଯାଇଛି । ଏନେଇ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଶାସନିକ ଅଧିକାରୀମାନେ ଅହରହ କାର୍ଯ୍ୟ ଲକ୍ ଡାଉନ୍ କୁ ପାଳନ କରିବା ନିମନ୍ତେ ବିଭିନ୍ନ ପ୍ରକାର କଟକଣା ଜାରି କରି ପୁଲିସ କର୍ମଚାରୀମାନେ ପେଟ୍ରୋଲିଂ କରୁଛନ୍ତି । ଏହା ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ଲକ୍ ଡ଼ାଉନ୍ ନିଷ୍ପତି ଅତି ଜୁରୁରୀ ହୋଇଥିବା ବେଳେ ଏଥି ଯୋଗୁଁ ସମାଜର ପ୍ରତ୍ୟେକ ଜନଜୀବନ ପ୍ରଭାବିତ ହୋଇଛି । ଲକ୍ ଡ଼ାଉନ୍ ଶେଷ ପରେ ଅନ୍ୟ ସମସ୍ତ କ୍ଷେତ୍ରରେ ସ୍ୱାଭାବିକତା ଫେରାଇ ଆଣିବା ସମ୍ଭବ ହୋଇବ କିନ୍ତୁ ଶିକ୍ଷା କ୍ଷେତ୍ରରେ ଅସମ୍ଭବ ବିଶେଷ ଭାବରେ ଚଳିତ ଶିକ୍ଷା ବର୍ଷର । ଏଣେ ଦୀର୍ଘ ଦିନ ହେଲା ଘରେ ଖାଲିରେ ବସି ରହି ଛାତ୍ରଛାତ୍ରୀମାନେ ଶିକ୍ଷା ଠାରୁ ଧୀରେ ଧୀରେ ଦୁରେଇ ଯାଇଛନ୍ତି । କମଳମତି ଶିଶୁ ମାନଙ୍କ କ୍ଷେତ୍ରରେ ଏହା ଆହୁରି ଅଧିକ ପ୍ରବଣତା ସୃଷ୍ଟି କରିବା ଆଶଙ୍କର ଦେଖା ଦେଇଛି । ଏହି ସବୁ କାରଣରୁ ଛୋଟ ଛୋଟ ଶିଶୁ ମାନଙ୍କ ମନକୁ କରୋନା ବିରୋଧରେ ମାନସୀକସ୍ତରରେ ସଶକ୍ତ କରିବା ସହ ଶିକ୍ଷା ବ୍ୟବସ୍ଥା ସହ ଯୋଡ଼ି ରଖିବା ନିମନ୍ତେ ଗଞ୍ଜାମ ଜିଲ୍ଲାର ସଦର ମହକୁମା ଠାରେ ଅବଶିଷ୍ଟ ଛତ୍ରପୁର ୟୁରୋକିଡସ୍ ପ୍ରି ସ୍କୁଲ ପକ୍ଷରୁ ଏକ ଅଭିନବ ପ୍ରୟାସ କ୍ରମେ ପ୍ରତ୍ୟେକ ଦିନ କିଛି କିଛି ପାଠ୍ୟକ୍ରମ ସେମାନଙ୍କ ଅଭିଭାବକ ମାନଙ୍କ ନିକଟକୁ ପଠାଯାଉଛି । ଏହା ବ୍ୟତିତ ବୁଧବାର ଶକ୍ତି ଏଣ୍ଡ୍ ଏଜୁକେସନ୍ ଏଣ୍ଡ୍ ଚାରିଟେବୁଲ୍ ଟ୍ରଷ୍ଟ୍ ର ଅଧ୍ୟକ୍ଷ ତଥା ଯୁବ ଆଇନଜୀବୀ ରଞ୍ଜନ କୁମାର ମହାପାତ୍ର ଓ ୟୁରୋକିଡସ୍ ପ୍ରି ସ୍କୁଲର ମୁଖ୍ୟ ସସ୍ମିତା ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ପି. ଅନୀଲ ରେଡ୍ଡିଙ୍କ ସହଯୋଗରେ ଛାତ୍ରଛାତ୍ରୀମାନଙ୍କୁ ଅନ୍ ଲାଇନ୍ (ଇ-ଶିକ୍ଷା) ପାଠକ୍ରମ ଜରିଆରେ ନିଜ ନିଜ ଘରେ ରହି ପଢିବା ସୁବିଧା ଆରମ୍ଭ ହୋଇଛି । ନର୍ସରୀ ଠାରୁ ଷ୍ଟାଣ୍ଡାଡ୍‌- ୩ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଉପରୋକ୍ତ ଶ୍ରେଣୀ ଶିକ୍ଷୟତ୍ରୀ ମାନେ ଅନ୍ ଲାଇନ୍ ମାଧ୍ୟମରେ ପାଠ ପଢାଇଛନ୍ତି । ଏହା ସହ ଛାତ୍ରଛାତ୍ରୀମାନେ କୌଣସି ବିଷୟ ବୁଝି ନପାରିଲେ ଅନ୍ ଲାଇନ୍ ମାଧ୍ୟମରେ ଶିକ୍ଷୟତ୍ରୀ ମାନଙ୍କୁ ପଚାରି ବୁଝିଛନ୍ତି । ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ସ୍କୁଲ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ଏପରି ସୁବିଧା ଆରମ୍ଭ ହୋଇଥିବାରୁ ଅଭିଭାବକ ମାନେ ଏହାର ପ୍ରଶଂସା କରିଛନ୍ତି । ପ୍ରକାଶ ଥାଉ କି ଯେ ୟୁରୋକିଡସ୍ ପ୍ରି ସ୍କୁଲ ପକ୍ଷରୁ ଛତ୍ରପୁର ଆଖପାଖ ଅଂଚଳର ବିଭିନ୍ନ ସାମାଜିକ କ୍ଷେତ୍ରରେ ଯୋଗଦାନ କରି ଲୋକମାନଙ୍କୁ ସହାୟତା କରି ଆସୁଥିବା ବେଳେ କରୋନା ମୁକାବିଲା ନେଇ ଗତ କିଛି ଦିନ ତଳେ ଲୋକ ମାନଙ୍କୁ ମାସ୍କ ବଂଟନ ମଧ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ