ଲକ୍ ଡାଉନ କଟକଣା: ଦୁଇ ଦିନରେ ୬୦,୯୦୦ ଜୋରିମନା ଆଦାୟ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ଗଞ୍ଜାମ ଜିଲ୍ଲାରେ କରୋନା ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ଏବଂ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତିକରୁଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସକାଳ ୭ ଟାରୁ ମଧ୍ୟାହ୍ନ୧୨ ଟା ପର୍ଯ୍ୟନ୍ତ ଲକ୍ ଡାଉନ ଏବଂ ମଧ୍ୟାହ୍ନ ୧୨ରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍ ଡାଉନ ଘୋଷଣା କରିଛନ୍ତି । କୌଣସି ଜରୁରୀ କାମ ନ ଥିଲେ ବାହାରକୁ ଯିବା ପାଇଁ ବାରଣ କରିବା ସହ ଅମାନ୍ୟ କଲେ ଜୋରିମନା ଆଦାୟ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କିଛି ଅମାନିଆ ପ୍ରଶାସନର ନିୟମକୁ ବେଖାତିର କରି ବାଇକରେ ଚାରିଆଡେ ବୁଲାବୁଲି କରିବା ଲକ୍ଷ୍ୟ କରାଯାଇଛି । କିଛି ଦୋକାନରେ ସାମାଜିକ ଦୁରତ୍ୱ ମଧ୍ୟ ପାଳନ ହେଉନଥିବା ଲକ୍ଷ୍ୟ କରାଯାଇଛି । ଏ ନେଇ ବେଲଗୁଣ୍ଠା ପ୍ରଶାସନ ବିଭିନ୍ନ ସ୍ଥାନରେ ବ୍ଳକିଂ କରି କରୋନା କଟକଣା ଅମାନ୍ୟ କରିଥିବାରୁ ସୋମବାର ଓ ମଙ୍ଗଳବାର ଦିନ ୬୦୯୦୦ ଟଙ୍କା ଜୋରିମନା ଆଦାୟ କରିଛନ୍ତି । ସୋମବାର ଦିନ ବେଲଗୁଣ୍ଠା-ଭଞ୍ଜନଗର ମୁଖ୍ୟ ରାସ୍ତାରେ ବ୍ଳକିଂ କରି କଟକଣା ଅମାନ୍ୟ କରିଥିବା ବ୍ୟକ୍ତିମାନଙ୍କ ଠାରୁ ୨୦୯୦୦ ଟଙ୍କା ଜୋରିମନା ଆଦାୟ କରିଥିବା ବେଳେ ମଙ୍ଗଳବାର ଦିନ କୋକଲୁଣ୍ଡା ଓ ମଙ୍ଗଳପୁର ଠାରେ ବ୍ଳକିଂ ଏବଂ ସାମାଜିକ ଦୁରତ୍ୱକୁ ଫୁ କରିଥିବା ଗାଙ୍ଗପୁର ମେନ୍ ରୋଡର ଏକ ଦୋକାନ ଓ ପାଇଲିପଡାର ଏକ ଟ୍ୟୁସନ ଉପରେ ଜୋରିମନା ପକାଇ କଟକଣା ଅମାନ୍ୟ କରିଥିବାରୁ ୪୦୦୦୦ ଟଙ୍କା ଆଦାୟ କରାଯାଇଥିବା ଜଣାପଡିଛି । ଏଥିରେ ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରାଙ୍କ ସହ ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରା, ଅମିନ ଇପ୍ସିତା ବେହେରା, ଆର୍.ଆଇ ଗୌରୀଚନ୍ଦ୍ର ପ୍ରଧାନ, ଶିବ ପାତ୍ର, ଶିବରାମ ସାହୁ ଓ ବେଲଗୁଣ୍ଠା ପୋଲିସ ସାମିଲ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ