ଲକ୍ ଡାଉନ ପାଇଁ ଜିଲ୍ଲା ପ୍ରଶାସନ କଠୋର ହେବା ପରେ ବୁଗୁଡା ପୋଲିସର ତପ୍ତରତା

ବୁଗୁଡା (ଅନିଲ କୁମାର ମହାରଣା) : ମହାମାରୀ କରୋନା ଚାଇନା, ଇଟାଲୀ ପ୍ରଭୃତି ଦେଶରେ ତାଣ୍ଡବଲୀଳା ଚଳାଇବା ସହ ଅନ୍ୟ ଦେଶ ସହ ଭାରତରେ ମଧ୍ୟ କାୟା ବିସ୍ତାର କରି ୫୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହେବାସହ ୧୧ ମୁଣ୍ଡ ନେଇସାରିଲାଣି। ଆମ ରାଜ୍ୟରେ ୨ କରୋନା ପଜିଟିଭ ଥିବାବେଳେ ଅବସ୍ଥା ସ୍ଥିର ଅଛି। ଅନ୍ୟ ରାଜ୍ୟକୁ କାମ କରିବାକୁ ଯାଇଥିବା ଶହ ଶହ ବ୍ୟକ୍ତି ବର୍ତ୍ତମାନ ଆମ ଦେଶକୁ ଫେରୁଛନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କ କଠୋର ପଦକ୍ଷେପ ଗ୍ରହଣ ସ୍ୱରୂପ ସାରା ରାଜ୍ୟରେ ୨୫ ତାରିଖ ଠାରୁ ଲକ୍ ଡ଼ାଉନ ଘୋଷଣା କରିଛନ୍ତି। ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ପ୍ରକାରେ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଅତ୍ୟାବଶ୍ୟକ ଦୋକାନ ସକାଳ ୭ ଘଣ୍ଟାରୁ ମଧ୍ୟାହ୍ନ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଗାଡି ଚଳାଚଳ ବନ୍ଦ କରିଛନ୍ତି।ଘରୁ ବାହାରକୁ ନଯିବାକୁ ଅନୁରୋଧ କରିଛନ୍ତି। ଏହି ସବୁ ପଦକ୍ଷେପକୁ କାର୍ଯ୍ୟକାରୀ କରିବା ପାଇଁ ବୁଗୁଡା ଆଇଆଇସି ଚିତ୍ତରଞ୍ଜନ ବେହେରାଙ୍କ ନେତୃତ୍ୱରେ ଏସଆଇ ତନୁଶ୍ରୀ ସାହୁ ଓ କାର୍ତ୍ତିକ ନାୟକ, ଏଏସଆଇ ଯୁଧିଷ୍ଠିର ମହାଙ୍କୁଡ଼ ଓ ଅମୀୟ କୁମାର ପାଢୀ ଏବଂ ବୁଗୁଡା ପୋଲିସ ବାହିନୀ ତପ୍ତରତା ପ୍ରକାଶ କରିଛନ୍ତି। ପ୍ରଥମ ଦିନ ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସଚେତନତା କରିବା ସହ ଦ୍ଵିତୀୟ ଦିନ ଫ୍ଲାଗ ମାର୍ଚ୍ଚ ସହ ପେଟ୍ରୋଲିଂ କରି ଅତ୍ୟାବଶ୍ୟକୀୟ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ଗୁଡିକୁ ବନ୍ଦ କରିଥିଲେ। ଆଜି ତୃତୀୟ ଦିନରେ ଔଷଧ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ଗୁଡିକୁ ମଧ୍ୟାହ୍ନ ୧୨ଟା ସୁଦ୍ଧା ବନ୍ଦ କରବାକୁ ସଚେତନ କରାଇଥିଲେ। ବୁବୁଡା ସହରରେ ବାଇକ ସମେତ ସମସ୍ତ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଥିଲା। ଗ୍ରାମାଞ୍ଚଳରେ ଦୋକାନ ବଜାର ବନ୍ଦ ଥିବାବେଳେ କାଁଭାଁ ବାଇକ ଯିବାଆସିବା କରୁଥିବା ଦେଖିବାକୁ ମିଳିଥିଲା। ମୋଟ ଉପରେ କହିବାକୁ ଗଲେ ବୁଗୁଡା ଅଂଚଳରେ ଲକ୍ ଡାଉନ ସଫଳ ହୋଇଥିବା ବେଳେ ଶତ ପ୍ରତିଶତ ସଫଳତା ପାଇଁ ବ୍ଲକ ପ୍ରଶାସନ, ତହସିଲ ପ୍ରଶାସନ ଓ ପୋଲିସ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ