ଲକଡ଼ାଉନ ବଢ଼ାଉଛି ଚିନ୍ତା କୌଳିକ ବୃତିକୁ ନିର୍ଭର ପରିବାର ହତାଶ

ହିଂଜିଳିକାଟୁ (ଶେଷଦେବ ସାହୁ) : ୨୧ ଦିନ ଲକ ଡ଼ାଉନ ଘୋଷଣା ପରେ ପୁଣି ପ୍ରଧାନମନ୍ତ୍ରୀ ଆସନ୍ତା ମଇ ୩ ପର୍ଯ୍ୟନ୍ତ ଲକ ଡ଼ାଉନ ବୃର୍ଦ୍ଧି ନେଇ ଘୋଷଣା କରିଛନ୍ତି । ଫଳରେ କୌଳିକ ବୃତ୍ତିରେ ବଂଚୁଥିବା ରଜକ ,ବାରିକ, କୁମ୍ବକାର, ପୁରୋହିତ, ଶଙ୍ଖୁଆ, ମାଳି , ଢ଼ୋଲ ବାଜା ବାଦକ ଇତ୍ୟାଦି କୌଳିକ ବୃର୍ତିରେ ଜୀଉଁଥିବା ପରିବାର ହତାଶ ହୋଇଛନ୍ତି । ଏହି ପରିବାର ସାଧାରଣତଃ ପୂଜା ପାର୍ବଣ, ବ୍ରତ, ବାହାଘର,ଯାନି ଯାତ୍ରା , କୃଷି କର୍ମଣ ସହ ଜଡ଼ିତ ରହି ଜୀବିକା କରନ୍ତି । ମାର୍ଚ୍ଚ ମାସ ଠାରୁ ଜୁନ ପ୍ରାରମ୍ଭ ପର୍ଯ୍ୟନ୍ତ ସେମାନଙ୍କର କୌଳିକ ବୃର୍ତିରେ ସିଂହଭାଗ ଆଦାୟ ହୁଏ । ଏହି ସମୟରେ ପୂଜା ପାର୍ବଣ, ବ୍ରତ, ବାହାଘର,ଯାନି ଯାତ୍ରା ବ୍ୟାପକ ଅନୁଷ୍ଠିତ ହୁଏ । ବର୍ଷସାରା ପାଇଁ ଏଥିରୁ ଆଦାୟକୁ ସଂଚିତ କରିବାକୁ ପଡ଼େ । ସେମାନଙ୍କୁ କେନ୍ଦ୍ର କରି ବଜାରରେ ବିଭିନ୍ନ ବ୍ୟବସାୟୀଙ୍କ ବେପାର ବଢ଼େ । କିନ୍ତୁ ମାର୍ଚ୍ଚ ମାସ ମଧ୍ୟ ଭାଗରୁ କରୋନା ଭୁତାଣୁ ସଂକ୍ରମଣ ରୋକିବା ପାଇଁ ଲକ ଡ଼ାଉନ ଘୋଷଣା ପରେ ଏହି ପରିବାର ଲୋକେ ବିଶେଷ କ୍ଷତିଗ୍ରସ୍ତ ହୋଇଛି । ଦଣ୍ଡଯାତ, ମନ୍ଦିର ପୂଜାର୍ଚ୍ଚନା ,ବ୍ରତ ,ବିବାହ , ଗୃହ ପ୍ରବେଶ ଓ ଅନ୍ୟାନ୍ୟ କାର୍ଯ୍ୟ ବନ୍ଦ ହେତୁ ସମସ୍ତେ କ୍ଷତିଗ୍ରସ୍ତ । ଚଳିତ ବର୍ଷ ଏହି ସବୁ କାର୍ଯ୍ୟ ବନ୍ଦ ହେତୁ କୌଳିକ ବୃର୍ତିରେ ବଂଚୁଥିବା ପରିବାର କିପରି ବର୍ଷସାରା ପରିବାର ପ୍ରତିପୋଷଣ କରିବ ତାହା ଚିନ୍ତା ଘାରିଛି । ଲକ ଡ଼ାଉନ ବୃର୍ଦ୍ଧି ଏବଂ କୌଳିକ ବୃର୍ତିକୁ ନେଇ ବଂଚୁଥିବା ପରିବାରର ଆର୍ଥିକ କ୍ଷତି ଜନିତ ଭରଣା ପାଇଁ କେବେ କାହାରି ଦୃଷ୍ଟି ପଡ଼ୁନାହିଁ । ଦୀର୍ଘଦିନ ଧରି ଘରେ ବସିବା ଓ ଅନ୍ୟ କୌଣସି ଆଦାୟ ପନ୍ଥା ନ ଥିବା ପରିବାରଙ୍କ କଥା ସରକାର ଚିନ୍ତା କରନ୍ତୁ ବୋଲି କୌଳିକ ବୃ୍‌ତ୍ତିରେ ବଂଚୁଥିବା ପ୍ରଫୁଲ୍ଲ ବେହେରା କହିଛନ୍ତି । ବର୍ଷ ସାରା ଉକ୍ତ ପରିବାର କିପରି ପରିବାର ପୋଷଣ କରିବେ ତାହାକୁ ଚିନ୍ତା କରିବା ପାଇଁ ଦାବି ହୋଇଛି । କୌଳିକ ବୃର୍ତି ଉପରେ କରୋନା ମାଡ଼ ଏପରି ହୋଇଛି ଯେ, ଲକ ଡ଼ାଉନ ସ୍ଥିତି କୋହଳ ପରେ ଅନେକ ପରିବାର କୌଳିକ ବୃର୍ତି ଛାଡ଼ିବାକୁ ବାଧ୍ୟ ହେବେ । ଅବଶ୍ୟକ ବେଳେ ଏହି ବର୍ଗର ଲୋକଙ୍କୁ ପାଇବା କାଠିକର ହୋଇ ପଡ଼ିବ । ଏଥିରେ ବହୁ ପରିବାର ଅଛନ୍ତିି ଯେଉଁମାନେ ବିଭିନ୍ନ ସରକାରୀ ସହାୟତା,ପେନସନ ଇତ୍ୟାଦିରୁ ବଂଚିତ ରହି ସ୍ୱାଭିମାନରେ ଜୀବନ ନିର୍ବାହ କରୁଛନ୍ତି । ଉକ୍ତ ପରିବାରଙ୍କୁ ଏପରି ସ୍ଥିତିରେ ସାହାର୍ଯ୍ୟ ନିତାନ୍ତ ଆବଶ୍ୟକ ବୋଲି ବରିଷ୍ଠ ଶିକ୍ଷାବିତ ଆନନ୍ଦ ମହାପାତ୍ର ଦାବି କରିଛନ୍ତି । ଅନ୍ୟ ପକ୍ଷରେ ସରକାର ରାଶନ କାର୍ଡ଼ରୁ ବଂଚିତ ଏହି ପରିବାରକୁ ଏପରି ସ୍ଥିତିରେ ରାଶନ ସାମଗ୍ରୀ ଯୋଗାଇବା ପାଇଁ ସମାଜିକ କର୍ମୀ ପ୍ରମୋଦ କୁମାର ପଣ୍ଡା ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ