ଲକ ଡାଉନର ସୁଯୋଗ ନେଇ ଗ୍ରାମ୍ୟ ଜଙ୍ଗଲରୁ ଶାଳ ଗଛ ଚୋରି ଅଭିଯୋଗ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ବର୍ତ୍ତମାନ ପ୍ରାୟ ଦେଢ଼ମାସ ହେଲା ସମଗ୍ର ବିଶ୍ୱରେ କରୋନା ଭୁତାଣୁକୁ ନେଇ ଲକ ଡାଉନ ପରିସ୍ଥିତି ଉପୁଜିଥିବା ବେଳେ ଏହାର ସୁଯୋଗ ନେଇ କିଛି ଖଳ ପ୍ରକୃତି ର ଲୋକ ଜଙ୍ଗଲ ସଫା କରିବାରେ ବ୍ୟସ୍ତ ଥିବା ଭଳି ଏକ ଅଭିଯୋଗ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଟିକାବାଲି ବ୍ଲକ ଅଞ୍ଚଳରୁ ଆସିଛି, ଅଭିଯୋଗରୁ ପ୍ରକାଶଯେ, ଟିକାବାଲି ପଞ୍ଚାୟତର ଟିପାରିଗାଁ ଗ୍ରାମ୍ୟ ଜଙ୍ଗଲ ରୁ ଶାଳ ଗଛ ଚୋରି କରି ନେଉଥିବା ସମୟରେ ଟିକାବାଲି ଅଞ୍ଚଳର ରୟାଲ ଯୁବକ ସଂଘ ଦ୍ୱାରା ଧରାପଡ଼ି ଟିକାବାଲି ବନ ବିଭାଗ ରେଞ୍ଜରଙ୍କୁ ହସ୍ତାନ୍ତର କରିଛନ୍ତି l ପ୍ରକାଶ ଥାଉକି ୧୯୯୮ମସିହା ରେ ଗଠିତ ସ୍ବେଛାସେବୀ ଅନୁଷ୍ଠାନ ରୟାଲ ଯୁବକ ସଂଘ, ଟିପାରିଗାଁ ର ଅକ୍ଲାନ୍ତ ପରିଶ୍ରମ ଓ ଅସୀମ ତ୍ୟାଗୀ ହେତୁ ଆଜି ୮୦୦ ଏକର ଶାଳ ଜଙ୍ଗଲ ସୁରକ୍ଷିତ ହୋଇପାରିଛି l ଉକ୍ତ ଟିପାରି ଗାଁର କିଛି ସ୍ୱେଚ୍ଛାସେବୀ ଯୁବକ ତନୁଜ କୁମାର ଡିଗାଲ, ଅଭିମନ୍ୟୁ ମଲ୍ଲିକ, ତ୍ରିନାଥ ପ୍ରଧାନ, କଶ୍ୟପ କୁମାର ଡିଗାଲ, ସ୍ଵପ୍ନେଶ୍ଵର ଡିଗାଲ, ସୁଶାନ୍ତ ଡିଗାଲ, ବୁଲୁ ଡିଗାଲ, ପ୍ରକାଶ କହଁର, ତପନ କହଁର ,ବଳରାମ ଡିଗାଲ, ଆବୁଦୁଲା ପ୍ରଧାନ, ବାଲି କହଁର, ସ୍ୱର୍ଗତ. ସୁବାଷ ଚନ୍ଦ୍ର ଡିଗାଲ, ପ୍ରଫୁଲ କହଁରଙ୍କ ଭଳି ବହୁ ବଦାନ୍ୟ ବ୍ୟକ୍ତି ଙ୍କ ଆପ୍ରାଣ ଚେଷ୍ଟା ଫଳରେ ସୁରକ୍ଷା ହୋଇ ପାରିଛି, ଏହି ୮୦୦ଏକର ଶାଳ ଜଙ୍ଗଲ, ଯାହାକୁ କି ଦେଖିଦେଲେ ଭୋକିଲା ପେଟ ପୁରିଯାଉଛି, ବୃକ୍ଷର ମୂଲ୍ୟ କଣ ସେମାନେ ଜାଣି ଶୁଣି ଏପରି କରୁଛନ୍ତି ବୋଲି ଅଞ୍ଚଳର ଯୁବ ସମାଜ ସେବୀ କ୍ରିଷ୍ଣା ଚନ୍ଦ୍ର ଡିଗାଲ କହିଛନ୍ତି l ଏପଟେ ଯୁବକ ସଂଘର କହିବାନୁଯାଇ କିଛିଦିନ ତଳେ ଲକ ଡାଉନର ସୁଯୋଗ ନେଇ ଟିପାରିଗାଁ ଗ୍ରାମ୍ୟ ଜଙ୍ଗଲ ର ପାଖାପାଖି ଗ୍ରାମର ଯଥା, ଛତିଝର, ଟିପାରିଗାଁ, ମୁଣ୍ଡାଶାହୀ, ବରସାହି, ଗାନ୍ଧୀ ନଗର ର କିଛି ଲୋକ ସରକାର ଗ୍ୟାସ ସୁବିଧା ଯୋଗାଇଦେଉଥିବା ବେଳେ ମଧ୍ୟ ଜାଳେଣି କାଠ ଭାବରେ ବ୍ୟବହାର କରିବା ପାଇଁ ଗଛ କାଟିବାର ଅଭିଯୋଗ ପରେ ଟିକାବାଲି ରେଞ୍ଜର ଚୈତନ୍ୟ ବେହେରା ଉକ୍ତ କାଠକୁ ଜବତ କରିଥିଲେ ମଧ୍ୟ ଅଞ୍ଚଳ ବାସୀଙ୍କ ମଧ୍ୟରେ ସଚେତନତା ଆସିନାହିଁ, ପୁଣି ଦ୍ୱିତୀୟ ଥର ପାଇଁ ଗାନ୍ଧୀନଗର ର ନଟିଆ ଡିଗାଲ ୧୦୦ ଫୁଟ ଶାଳ ଗଛ ହାଣି ଥିବା ବେଳେ ରୟାଲ ଯୁବକ ସଂଘ ର ସଭାପତି ପ୍ରକାଶ କହିଁର ଏହାକୁ ବାରଣ କରି ଟିକାବାଲି ରେଞ୍ଜର ଶ୍ରୀ ବେହେରା ଙ୍କୁ ଉକ୍ତ ବ୍ୟକ୍ତି ଙ୍କ ବିରୋଧରେ ଏକ ଅଭିଯୋଗ ପତ୍ର ପ୍ରଦାନ କରିବା କ୍ଷଣି ଶ୍ରୀ ବେହେରା ସଙ୍ଗେ ସଙ୍ଗେ ଉକ୍ତ ଜଙ୍ଗଲରେ ପହଂଚି କାଠକୁ ଜବତ କରିଥିଲେ l ଏଥିରେ ବାଲି କହିଁର, ଓ ସମାଜ ସେବୀ ବୁଲୁ ଡିଗଲ ସହଯୋଗ କରିଥିଲେ ଓ ଲୋକଙ୍କୁ ଗଛର ସୁରକ୍ଷା ଓ ଉପକାରିତା ବିଷୟରେ ସଚେତନତା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ