ଲକ ଡାଉନ ଆଦେଶ ଉଲ୍ଲଙ୍ଘନ କରି ଦୁଇ ଗିରଫ

ବାଲେଶ୍ୱର : କରୋନା ସଂକ୍ରମଣର ମୁକାବିଲା ପାଇଁ ଜିଲ୍ଲାରେ ଲକ ଡାଉନ (ତାଲା ବନ୍ଦ) ଘୋଷଣା କରାଯାଇଥିବା ବେଳେ ଏହାର ଉଲ୍ଲଙ୍ଘନ ଅଭିଯୋଗରେ ଆଜି ବାଲେଶ୍ୱର ଟାଉନ ପୋଲିସ ଦ୍ୱାରା ଦୁଇ ଜଣ ଗିରଫ ହୋଇଛନ୍ତି । ସରକାରୀ ନିର୍ଦ୍ଦେଶର ଅମାନ୍ୟ କରି ମୋତିଗଞ୍ଜ ବଜାର ସ୍ଥିତ ସୁଭଦ୍ରା କସମେଟିକସ ଆଜି ଖୋଲା ଥିବା ଯୋଗୁଁ ପୋଲିସ ରବୀନ୍ଦ୍ର ସେଠୀ(୫୦)ଙ୍କୁ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ବାଲେଶ୍ୱର ଟାଉନ ଥାନାରେ ଆଇପିସିର ଧାରା ୧୮୮/୨୬୯/୩୩୬ ଅନୁଯାୟୀ କେସ ନଂ-୬୭ ରୁଜୁ ହୋଇଛି । ସେହିପରି ଗୋଳାପୋଖରୀ ନିକଟ ଆକଟପୁର ଠାରେ ଥିବା ଏକ ଗ୍ୟାରେଜ ଖୋଲା ଯାଇଥିବା ଅଭିଯୋଗରେ ପୋଲିସ ବଡଖୁଆ ଗ୍ରାମର ଶ୍ରୀଧର ମାଝୀ(୪୬)ଙ୍କୁ ଗିରଫ କରିଛି । ତାଙ୍କ ବିରୁଦ୍ଧରେ ବାଲେଶ୍ୱର ଟାଉନ ଥାନାରେ ଆଇପିସିର ଧାରା ୧୮୮/୨୬୯/୩୩୬ ଅନୁଯାୟୀ କେସ ନଂ-୬୬ ରୁଜୁ ହୋଇଛି । ଲକ ଡାଉନ ଆଦେଶକୁ କଡାକଡି ଲାଗୁ କରିବା ପାଇଁ ସରକାର ନିର୍ଦ୍ଦେଶ ଦେଇଥିବା ବେଳେ ଏହାର ଉଲ୍ଲଙ୍ଘନ କଲେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ