ଲକ ଡାଉନ ଘରେ ରହିବା ନିମନ୍ତେ ଜିଲ୍ଲାପାଳଙ୍କ ପରାମର୍ଶ

ଛତ୍ରପୁର : ସାରା ବିଶ୍ୱ ଆଜି କୋରନା କବଳରେ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ଏହି ମହାମାରୀ କୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ ୨୨ ତାରିଖ ଠାରୁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସଚେତନତା କରାଯିବା ସହ ଲୋକମାନେ କିପରି ସୁରକ୍ଷିତ ରହିବେ ଏଥି ନିମନ୍ତେ କେତେକ କଟକଣା ଜାରି କରାଯାଇଛି । ଜନସାଧାରଣ ମାନେ ଘରୁ ନ ବାହାରିବା ନିମନ୍ତେ ବିଭିନ୍ନ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଶାସନିକ ଅଧିକାରୀ ଓ ପୋଲିସ୍ ପ୍ରଶାସନ ପକ୍ଷରୁ ପ୍ରଚାର କରାଯାଇ ସଚେତନ କରାଯାଉଛି । କୋରନା ର ଭୟାବହକୁ ଦୃଷ୍ଟିରେ ରଖି ଅତି ଆବଶ୍ୟକୀୟ ଦୋକାନ ଗୁଡିକୁ ଖୋଲାଯିବା ସହ କେବଳ ମେଡିସିନ ଦୋକାନ ଗୁଡିକ ନିୟମିତ ଖୋଲିବାକୁ କୁହାଯାଇଛି । ଏତତ ବ୍ୟତୀତ ତେଜରାତି ଦୋକାନ,ପନିପରିବା, ଫଳ,କ୍ଷୀର ,ମାଛ ଦୋକାନ ଗୁଡିକ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସକାଳ ୭ ଘଣ୍ଟା ଠାରୁ ଦିନ ୧୨ ଘଣ୍ଟା ପର୍ଯ୍ୟନ୍ତ ଖୋଲିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏସବୁ ନିୟମକୁ ଉଲ୍ଲଂଘନ କଲେ ସେମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ  କରାଯିବ ବୋଲି କୁହାଯାଇଛି । ଏନେଇ ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ସମସ୍ତ ଦୋକାନ ବଜାର  ବନ୍ଦ କରାଯାଇଛି । ଲୋକମାନଙ୍କୁ ଅଯଥାରେ ଘରୁ ବାହାରକୁ ନ ବାହାରିବା ନିମନ୍ତେ ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ମାନେ ସଚେତନ କରାଇବା ସହ ତାଗିଦ୍ କରିଛନ୍ତି । ଯେଉଁମାନେ ଏ ନିୟମକୁ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହି ଅବସରରେ ପୋଲିସ୍ ପ୍ରଶାସନ ପକ୍ଷରୁ ସହରର ସମସ୍ତ ଯାତାୟତ ପଥକୁ ବାରକିଡ୍ ମାଧ୍ୟମରେ ବନ୍ଦ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଡ଼ିଆରଡ଼ିଏ ପିଡ଼ି ଇଂ.ସିଦ୍ଧା ର୍ଥ ଶଙ୍କର ସ୍ୱାଇଁ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ,ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଠି,ଛତ୍ରପୁର ତହସିଲଦାର ନୀଳ ମାଧବ ଭୋଇ,ଅତିରିକ୍ତ ତହସିଲଦାର ଜସ୍ମିନ ପ୍ରଧାନ,ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା,ଛତ୍ରପୁର ଏସଡିପିଓ  ଗୌତମ କିଶାନ,ଛତ୍ରପୁର ଥାନା ଅଧିକାରୀ ପ୍ରିୟସ ରଞ୍ଜନ ଛୋଟରାୟଙ୍କ ସମେତ ବହୁ ପୋଲିସ୍ ଓ ପ୍ରଶାସନିକ ଅଧିକାରୀ ମାନେ ଲୋକମାନଙ୍କୁ ସଚେତନ କରାଇବା ସହ ଯେଉଁମାନେ ଅଯଥାରେ ବାହାରେ ବୁଲୁଛନ୍ତି ସେମାନଙ୍କୁ ତାଗିଦ୍ କରି ଘରେ ରହିବା ନିମନ୍ତେ ପରାମର୍ଶ ଦେଇଛନ୍ତି । ଏହା ସହ ବିଭିନ୍ନ ଯାତାୟତ ପଥରେ ଚାଲୁଥିବା ଯାନବାହାନ ଗୁଡିକୁ ତଦାରଖ କରାଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ